Errew

ବାଦାମପାହାଡ  ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ର ବାଦାମ ପାହାଡ଼ ସରସ୍ବତୀ  ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ  ପ୍ରସାଦ ସୋରେନ୍ ଙ୍କ ଅଧ୍ୟକ୍ଷତାରେ ଉକ୍ତ ଜ୍ଞାନ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବେ କୁସୁମୀ ସହକାରୀ ଶିକ୍ଷା ଅଧିକାରିଣୀ  ଜଳେଶ୍ଵରୀ ମହାନ୍ତ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ମଧ୍ୟରେ ବିଦ୍ୟାଳୟ ର ସଭାପତି ହେମନ୍ତ ପ୍ରଧାନ, କୋଷାଧ୍ୟକ୍ଷ  ସଞ୍ଜୟ କୁମାର ସାହୁ, ସଦସ୍ୟା ଅମ୍ବିକା ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ବିଜ୍ଞାନ ମେଳା ରେ ବିଚାରକ ଭାବେ ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ  ସୁଶାନ୍ତ କୁମାର ଦାସ,  ଫୁଦାନ ହେମ୍ରମ, ବାଦାମ ପାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ  ଦିଲ୍ଲୀପ କୁମାର ଗିରି, ଯୋରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ  ପରୀକ୍ଷିତ ବେହେରା,  ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ  ସୁବାସ ଚନ୍ଦ୍ର ଗିରି ଏବଂ ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ  କିଶୋର କୁମାର ବାସ୍କେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ  ପ୍ରସାଦ ସୋରେନ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟା ମନ୍ଦିରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୫୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଅପା ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହୋଜଗ କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ  ମୃତ୍ୟୁଞ୍ଜୟ ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Shrutilipi ad