Fe

ପଞ୍ଚଭୂତରେ ଲୀନ ହେଲେ  ବିଶିଷ୍ଟ ଆଇନଜୀବୀ ବରୁଣ ଦେ 

ରାଜ୍ୟ
ବାରିପଦା: ବିଶିଷ୍ଟ ଓକିଲ  ବରୁଣ ଦେ ଙ୍କର(୬୨) ଗତକାଲି ସଂନ୍ଧ୍ୟାରେ ଜାମସେଦପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟଅଛି ।ବରୁଣ ଦେ ଜଣେ ବିଜେପିର ଆଗ ଧାଡିର ନେତା ଥିଲେ ।ସେ ପ୍ରାକ୍ତନ କେନ୍ଦ୍ର  ଜଳଶକ୍ତି ମନ୍ତ୍ରୀ ଵିଶେଶ୍ଵର ଟୁଡୁଙ୍କର ରାଇରଙ୍ଗପୁରରେ ପ୍ରତିନିଧି ଥିଲେ ।ପୂର୍ବରୁ ମଧ୍ୟ ଵିଜେଡି- ବିଜେପି ସରକାରରେ  ସରକାରୀ  ଓକିଲ ମଧ୍ୟ ଥିଲେ ।ସେ ଜଣେ ଅମାୟିକ,ମିଷ୍ଟଭାଷୀ,ମେଳାପି,ଭଦ୍ର ବ୍ୟକ୍ତି ଥିଲେ ।ଜଣେ ଆଜୀବନ ବିଜେପି କର୍ମୀ ଥିଲେ ।ତାଙ୍କର ମର ଶରୀର  ବୁଧବାର ଯାମସେଦପୁରରୁ ତାଙ୍କ ପୈତୃକ ବାସଭବନ  ଇଚିଣ୍ଡା ଗ୍ରାମକୁ ଅଣାଯାଇଥିଲା  ।ତାଙ୍କ ବାସ ଭବନରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ପ୍ରାକ୍ତନ ସାଂସଦ ବିଶେଶ୍ୱର ଟୁଡୁ ,ବାପି ଦାସ,ବିକାଶ ମହାନ୍ତ,ସୁରଥ ପଟନାୟକ,ବୁଲା ପଟନାୟକ,ନିଗମାନନ୍ଦ ପଟନାୟକ,ସଂଞ୍ଜୟ ନାୟକ  ସମେତ ଅନ୍ୟ ଦଳୀୟ କର୍ମୀ  ପହଞ୍ଚି ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କ ମୃତ ଶରୀର କୁ  ଓକିଲ ସଂଘ କାର୍ଯ୍ୟାଳୟକୁ ନିଆଯାଇଥିଲା ।ସେଠାରେ ଓକିଲ ଵଂଧୁମାନେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସେଠାରୁ ଶ୍ମଶାନ ନିଆଯାଇଥିଲା ସେଠାରେ  ତାଙ୍କର ଏକମାତ୍ର ପୁତ୍ର ମୁଖାଗ୍ନି ଦେବା ସହ  ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ତାଙ୍କ ଶେଷକୃତ୍ୟ ରେ   ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
Shrutilipi ad