Screenshot 2025 06 30 134847 750

ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ ପାଇଁ ନିର୍ଦ୍ଦେଶନାମା ଜାରି

ରାଜ୍ୟ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ। ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍‌ଡିସିଙ୍କୁ ଚିଠି ଲେଖାଯାଇଛି। ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି ନଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ। ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ। ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ। ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ। ୨୫୦ରୁ ଅଧିକ ଜନସଂଖ୍ୟା ଓ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ।

ଅନ୍ୟସବୁ କଟକଣା ଉଠାଇଛନ୍ତି ରାଜ୍ୟ ସରକାର। ୧୯୯୧ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ଏକ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା। ପୂର୍ବ ସରକାରରେ ୩୦୦ ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା।

Shrutilipi ad