Img 20250805 wa0233

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

ରାଜ୍ୟ
ବାରିପଦା : ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା  ଓ ଜନସ୍ୱାସ୍ଥ ଅଧିକାରୀ ଡ଼କ୍ଟର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସଭାଗୃହରେ  ଅନୁଷ୍ଠିତ ହଇଯାଇଛି I
ପ୍ରାରମ୍ଭରେ ଡ଼ ଆଚାର୍ଯ୍ୟ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିବା  ସହ ଜିଲ୍ଲାରେ ଚଳିତ ବର୍ଷ ଆଗାମୀ ଅଗଷ୍ଟ ମାସ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ  ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ବଦ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ସମସ୍ତ ଜନସାଧାରଣଙ୍କୁ ଏହି ଔଷଧ ଖାଦ୍ୟ ଖାଇସାରି ଖାଇବା ପାଇଁ ଅନୁରୋଧ କରିଥିଲେ I ଏହି ସାମୁହିକ ଔଷଧରେ ଡି.ଇ .ସି , ଆଲବେଣ୍ଡIଜଲ ଏବଂ ଆଇଭରମେକ୍ଟିନ ବଟିକା ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ। ଏହି ଔଷଧ ଶରୀରରେ ଲୁଚିରହିଥିବା  ଫାଇଲେରିଆ ପରଜୀବୀ କୀଟାଣୁକୁ ମାରି ବାତଜ୍ଵର, ଗୋଡ ଫୁଲିବା, ହାତ ଫୁଲିବା ଅଣ୍ଡକୋଷ ଫୁଲିବା ଓ ଗୋଦର ଗୋଡ ହେବାକୁ ଦେଇ ନଥାଏ I ତାପରେ ଜିଲ୍ଲା ଭେକ୍ଟଟର ବାହିତ  ରୋଗ ଅଧିକାରୀ ଡ଼କ୍ଟର ବିଜୟ କୁମାର ଦାଶ କହିଥିଲେ ଯେ ଆମର ଆଶାକର୍ମୀ,ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘରକୁ ଘର ବୁଲି ଏହି ଔଷଧ ଖୁଆଇବେ I  ସେ କହିଥିଲେ ୨ ରୁ ୫ ବର୍ଷ  ର ପିଲା ଡି .ଇ.ସି. ୧ଟା ୧00 ମିଲିଗ୍ରାମ  ଓ ଗୋଟିଏ ଆଲବେଣ୍ଡIଜଲ ବଟିକା ୪୦୦ ମିଲିଗ୍ରାମ  ଖାଇବେ I ୬ ରୁ ୧୪ ବର୍ଷ  ଡି .ଇ.ସି. ୨ ଟା ୧୦୦ ମିଲିଗ୍ରାମ ର ଓ ଆଲବେଣ୍ଡIଜଲ ବଟିକା ୪୦୦ ମିଲିଗ୍ରାମ ଗୋଟିଏ ଖାଇବେ ଓ ୧୫ ବର୍ଷ  ବା ତା ଠାରୁ ଅଧିକ ଡି .ଇ.ସି. ୧୦୦ ମିଲିଗ୍ରାମର  ୩ଟି ଓ  ଆଲବେଣ୍ଡIଜଲ ବଟିକା ୪୦୦ ମିଲିଗ୍ରାମର ଗୋଟିଏ ଖାଦ୍ୟ ଖାଇସାରିବା ପରେ ଖାଇବେ ଏବଂ ଆଲବେଣ୍ଡIଜଲ ବଟିକା ୬ବର୍ଷ ରୁ ଅଧିକ ବୟସର ପିଲା ଉଚତା ଅନୁସାରେ ଖାଇବେ I  ଏହା ବ୍ୟତୀତ ଗର୍ଭବତୀ ମହିଳା ,୨ ବର୍ଷରୁ କମ ବୟସର  ଶିଶୁ , ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତି ଏବଂ ଶିଶୁ ପ୍ରସବ କରିଥିବା ମା ଙ୍କୁ ଏକ ସପ୍ତାହ ମଧ୍ୟରେ ଏହି ଔଷଧ ଦିଆଯିବ ନାହିଁ I  ତାପରେ ଜିଲ୍ଲା ଭେକ୍ଟଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ତପନ କୁମାର ସାହୁ ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ  ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ I  ସେ ସମସ୍ତ ଜନସାଧାରଣ , ସ୍କୁଲ , କଲେଜ  ର ଛାତ୍ର ଛାତ୍ରୀ , ଅଫିସ ର କର୍ମଚାରୀ ଙ୍କୁ ଖାଦ୍ୟ ଖାଇସାରି ଏହି ବଟିକା ଖାଇବା ପାଇଁ ଅନୁରୋଧ କରିଥିଲେ  ଓ ସେ କହିଥିଲେ ଫାଇଲେରିଆ ପ୍ରବଣ ଗାଁ ଓ ସହରାଂଚଳ ର  ୱାର୍ଡ ମାନଙ୍କରେ କିପରି ସଚେତନତା କାର୍ଯ୍ୟ କ୍ରମ କରି ସମସ୍ଥ ଲୋକ ଔଷଧ ଖାଇ ପାରିବେ ତା ଉପରେ ଗୁରୁତ୍ୱ  ରୋପ କରିଥିଲେ।
ଏହି ସାମୂହିକ ଔଷଧ ସେବନ ଅଭିଯାନର ବ୍ୟାପକ ସଚେତନତା ସୃଷ୍ଟିରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହୁଥିବାରୁ ଏଥିପାଇଁ ଗଣ ମାଧ୍ୟମର ସହଯୋଗ କାମନା କରିଥିଲେ I   ଅନୁଷ୍ଠିତ ଏହି ବୈଠକ  ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ,ଜିଲ୍ଲା  ଯକ୍ଷ୍ମା ଅଧିକାରୀ ଡ଼କ୍ଟର  ନିଶିତ ରଞ୍ଜନ ଦାସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଓଡିଶା , ଜିଲ୍ଲା ସୄଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି , ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି , ରଟIରି କ୍ଳବର ସଦସ୍ୟ ସଦସ୍ୟା  , ବିଭିନ୍ନ ବେସରକାରୀ ସଂସ୍ଥାର  ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ I
Shrutilipi ad