Court

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଅର୍ଥ ଦଣ୍ଡାଦେଶ

ରାଜ୍ୟ

ବାରିପଦା –  ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି    ବେତନଟୀ ଜୁଡ଼ିସିଆଲ ମାଜିଷ୍ଟେଟ ଫାଷ୍ଟ କ୍ଲାସ ( ଜେଏମ ଏଫ ସି) କୋର୍ଟ ର ମାନ୍ୟବର ବିଚାରପତି ଅଭିଯୁକ୍ତ କୁ ଏକ ବର୍ଷ ଜେଲଡଣ୍ଡ ସମେତ ତିନି ଲକ୍ଷ ଷାଠିଏ ହଜାର (3,60,000) ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ମଧୁନନ୍ଦା ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି ମୟୁରଭଞ୍ଜ କେନ୍ଦ୍ରୀୟ ସମବାୟ  ବ୍ୟାଙ୍କ ବେତନଟୀ ଶାଖାରୁ ଏକ ଲକ୍ଷ ଅଶୀ ହଜାର (1,80,000) ଟଙ୍କା  ବ୍ୟବସାୟ ପାଇଁ  ରୁଣ ନେଇଥିଲେ l ଏ ବାବଦରେ ସିଏ ରୁଣ ପରିଷୋଧ ପାଇଁ (2,13,932)ଟଙ୍କା ର ଏକ ଚେକ ବ୍ୟାଙ୍କ କୁ ଦେଇଥିଲେ l ପରେ ଚେକ ଟି ବାଉନ୍ସ ହୋଇଯିବାରୁ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଧେଶକ ବେତନଟୀ ଜେଏମ ଏଫ ସି କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ଜେଏମ ଏଫ ସି କୋର୍ଟ ରେ କେସ ନମ୍ବର  7/2024 ରେ ଏକ ମାମଲା ରୁଜୁ ହୋଇଥିଲା l  ଆଜି ଉକ୍ତ କେସ ର ସମସ୍ତ ପ୍ରମାଣ ପତ୍ର କୁ ଭିତ୍ତି  କରି ଅଡାଲତ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ବ୍ୟାଙ୍କ ତରଫରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ମାମଲା ପରିଚାଳନା କରୁଥିଲେ l

Shrutilipi ad