Whatsapp image 2025 08 05 at 13.11.03 1068x480

ଜଳସେଚନ ପ୍ରକଳ୍ପରେ ତାଲା, ବର୍ଷିଲେ ପୂର୍ବତନ ମନ୍ତ୍ରୀ

ରାଜ୍ୟ

ଟିଟିଲାଗଡ଼ : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ନେଇ ଚାଷୀଙ୍କ ଧାନ ଦରମରା ହେଲାଣି । ବିହୁଡା, ରୁଆ ବେଉଷଣ କାର୍ଯ୍ୟ ଠପ ହୋଇରହିଛି । ଏଭଳିକ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ନିର୍ମିତ୍ତ ନିର୍ବାଚନ ମଣ୍ଡଳୀର ୭ ଗୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା ପଡ଼ିଥିବା ନେଇ ଚାଷୀ ହାହାକାର ହୋଇପଡିଥିବା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଆଜି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସରକାର ଏବଂ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଉପରେ ବର୍ଷିଛନ୍ତି ।

ସରକାରଙ୍କ ଚାଷୀ ମାରଣ ନୀତି ଆପଣାଉଛନ୍ତି ବୋଲି କହି ପୂର୍ବତନ ମନ୍ତ୍ରୀ ତୀବ୍ର ନିନ୍ଦା କରିଥିଲେ । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରକୁ ପାନୀୟ ଜଳ ସଂଯୋଗ ପାଇଁ ଅନେକ ଗୁଡିଏ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରୁନାହିଁ । ଏନେଇ ଟିଟିଲାଗଡ଼ ବିଧାୟକ ଏବଂ ରାଜ୍ୟ ସରକାର ଲୋକଙ୍କ ପାଖରେ ଜବାବ ରଖନ୍ତୁ ବୋଲି ସେ ଦାବୀ କରିଥିଲେ । ଏଭଳି ଅନେକ ଅବ୍ୟବସ୍ଥା ନେଇ ତାଙ୍କ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସାହୁ ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା, ଜିଲା ପରିଷଦ ସଭ୍ୟା ଗୀତା ବିଶି, ସଞ୍ଜୟ ବେହେରା, ସଇଁତଲା ସରପଞ୍ଚ ସୁବ୍ରତ ନାଗ, ବରିଷ୍ଠ ନେତ୍ରୀ ଉମାଦେବୀ ଅଗ୍ରୱାଲ, ପୂର୍ବତନ ପୌର ଉପାଧ୍ୟକ୍ଷା ଅଞ୍ଜନା ବର୍ମା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ସମିତି ସଭ୍ୟା ଧିର ରଣା, ତୁଳସୀ ବଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ ।

Shrutilipi ad