Img 20250804 wa0199

ରାଇରଙ୍ଗପୁର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ର ପ୍ରାକ୍ତନ ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।ସୁବ୍ରତ ପାତ୍ର ରେଢାଖୋଲ ଡିଭିଜନର ଡିଏଫଓ ଭାବେ ଦାୟିତ୍ବରେ ଥିଲେ ।ଶିବ ପ୍ରସାଦ ରଥ ଙ୍କ ରାଇରଙ୍ଗପୁର ରୁ ବୌଦ୍ଧ ଜିଲ୍ଲାର ବନଖଣ୍ଡ କେନ୍ଦୁଲିଫ୍ କୁ ବଦଳି ହୋଇଛି । ଦାୟିତ୍ଵ ଗ୍ରହଣ ସମୟରେ ସମସ୍ତ ବନ ବିଭାଗ କର୍ମଚାରୀ ନୂତନ ବନଖଣ୍ଡ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।ସୁବ୍ରତ ପାତ୍ର ରାଇରଙ୍ଗପୁର ଵନଖଣ୍ଡର ଜଙ୍ଗଲ ସୁରକ୍ଷା,ବୃକ୍ଷରୋପଣ,ଜୀବଜନ୍ତୁ ସୁରକ୍ଷା, ଜଙ୍ଗଲ ସନ୍ନିକଟ ଆଦିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ଵ ଦେବା ,ଖଣିଜ ପଦାର୍ଥ ଚୋରା ଖନନ ରୋକିବା ଉପରେ ଗୁରୁତ୍ଵ ଦେବେ ।ରାଇରଙ୍ଗପୁର ଵନଖଣ୍ଡକୁ ଏକ ସବୁଜ ସୁନ୍ଦର ଗଢି ତୋଳିବା ତାଙ୍କର ଲକ୍ଷ୍ୟ ।ସମସ୍ତ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଏକ ଟିମ୍ ଓ୍ବାର୍କ କରିବେ ବୋଲି ପ୍ରକାଶ କରିଛନ୍ତି।

Shrutilipi ad