Img 20250804 wa0198

ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

ରାଜ୍ୟ

ବାରିପଦା : ଅଖୀଳ ଭାରତ ସେବା ସଂସ୍ଥାନ ତଥା ସମଗ୍ର ଶିକ୍ଷା,ମୟୂରଭଂଜ ମିଳିତ ଆନୁକୁଲ୍ୟରେ ମୟୂରଭଂଜ ଜିଲ୍ଲାର କୁସୁମି ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ କୁସୁମି ବ୍ଳକ ସ୍ତରୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁସୁମି ସିଡିପିଓ ସାକରା ହାଁସଦାଃଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଶିବିରରେ ବ୍ଳକ ସୁପରଭାଇଜର ରୁମାଲ ମହାନ୍ତ,ପଡିଆ ସ୍କୁଲର ପ୍ରଧାନଶିକ୍ଷକ ବୀରେନ୍ଦ୍ର ବାରିକ ଏବଂ ଗୋଷ୍ଠୀ ସମ୍ବଳ ଅଧିକାରୀ କୃଷ୍ଣଚନ୍ଦ୍ର ସେନାପତି ପିଲାମାନଙ୍କୁ ଚକ୍ଷୁର ଯତ୍ନ ଏବଂ ଚଷମାର ଵ୍ଯଵହାର ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ଅତିଥିଢଣ କହିଥିଲେ ସମାଜରେ କେହି ଦିବ୍ଯାଙ୍ଗ ନୁହନ୍ତି ।ସମସ୍ତଙ୍କ ଦେହରେ ଭଗବାନ କିଛି ନା କିଛି ଆନ୍ତର୍ନିହିତ ଗୁଣ ଓ ପ୍ରତିଭା ଦେଇଛନ୍ତି ।ଦୃଷ୍ଟିଵାଧିତ ବ୍ୟକ୍ତି ବି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ବହୁ ସୁନାମ ଓ ଗୌରବ ଲାଭ କରିଛନ୍ତି ।ଦୃଷ଼ଟିବାଧିତଙ୍କୁ ସହଯୋଗରେ ହାତ ବଢ଼ାଇ ସମାଜର ପ୍ରଗତି ରଥରେ ଆଗେଇ ନେବା ଉଚିତ ।ସେମାନେ ସମାଜର ଅଲୋଡା ନୁହନ୍ତି ।ସେମାନଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାର ପାଇଁ ସରକାର ବହୁ କିଛି ଯୋଜନା କରିଛନ୍ତି ।ସେମାନେ ଯେମିତି ସମାଜର କିମ୍ବା ପରିବାରର ବୋଝ ହୋଇ ନ ରୁହନ୍ତୁ ।ଆଜି ଦୃଷ୍ଟିବାଧିତ ଭାବେ ଚିହ୍ନଟ ହୋଇଥିବା କୁସୁମିତ ବ୍ଳକର ୮୬ ଜଣ ଛାତ୍ରଛାତ୍ରୀମାନଙ୍କୁ ଚଷମା ଓ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବା ପାଠ୍ଯ ପୁସ୍ତକ ପ୍ରଦାନ କରିଥିଲେ ।ପିଲାମାନେ ପୁସ୍ତକ ଓ ଚଷମା ପାଇ ବହୁ ଖୁସି ହେବାସହ ଅଭିଭାବକମାନେ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଵିଆରଟି ଓମ୍ ପ୍ରକାଶ ସେଠୀ,ଚକ୍ରଧର ଗିରି ସୁମିତ୍ରା ତିରିଆ , ଶିକ୍ଷକ ସଂଗ୍ରାମ ଗିରି ପ୍ରମୁଖ ସହଯୋଗ କରିଥିଲେ ।

 

Shrutilipi ad