Screenshot 2025 07 20 075152

ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଇଁ ଅନଲାଇନ ଆବେଦନ ଆରମ୍ଭ

ରାଜ୍ୟ

ଭୁବନେଶ୍ବର: ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଇଁ ଅନଲାଇନ ଆଜିଛୁ ଆବେଦନ ଆରମ୍ଭ।ରାଜ୍ୟରେ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ୨୩ରୁ ୨୬ ତାରିଖ ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୧ରେ ଦ୍ବିତୀୟ ରାଉଣ୍ଡ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ରୁ ୪ ମଧ୍ୟରେ ନାମ ଲେଖାଇବେ।

ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୨୨ରେ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୮ ତାରିଖରେ ତୃତୀୟ ରାଉଣ୍ଡ (ୱେଟିଂ ଲିଷ୍ଟ) ନାମଲେଖା ପାଇଁ ମେଧା ଅନୁଯାୟୀ ୱେଟିଂ ରାଙ୍କ ତାଲିକା ପ୍ରକାଶ ପାଇବ । ୯ ତାରିଖରେ ନାମଲେଖା ପାଇଁ ଯୋଗ୍ୟ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଆବେଦନକାରୀ ସେପ୍ଟେମ୍ବର ୧୦ରୁ ୧୧ ତାରିଖ ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୮ ତାରିଖରୁ ପାଠପଢ଼ା ଆରମ୍ଭ ହେବ ।

ଦିନ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଆବେଦନ ସମୟରେ ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ ପାଇଁ ସୁଯୋଗ ଦିଆଯିବ ।

Shrutilipi ad