Img 20250803 wa0223

ପୋଲିସର ବଡ଼ ସଫଳତା; ମିଳାତ ଚଢ଼ାଉରେ ବାଦାମ ପାହାଡ଼ ଥାନା ଅଂଚଳରେ ୧୦ ଟି ନମ୍ବର ବିହୀନ ବୋଲେରୋ ଜବତ

ରାଜ୍ୟ
  • ଗୋଚାଲାଣରେ ଚୋରାଗାଡି ଵ୍ଯଵହୃତ ସନ୍ଦେହ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା  ପୋଲିସ  ପକ୍ଷରୁ ଅସାମାଜିକ ,ବେଆଇନ,ଲୁଟେରା ବାଲି ମାଫିଆ,ଦୁବୃର୍ତ୍ତ,ଗୋତସ୍କର ଉପରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରାଯାଇଅଛି ।ଗୋତସ୍କରଙ୍କ ଚରା ଭୂଇଁ ପାଲି କିଛି ବାମନଘାଟୀ ଉପଖଣ୍ଡ ।ଏହା ପ୍ରତି ପୋଲିସ କଠୋର ନଜର ରଖିଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଲା ଯେ ବାଦାମ ପାହାଡ଼ ଅଂଚଳରେ ବହୁତ ଵାହାର ଜିଲ୍ଲାରୁ ଚୋରା ନମ୍ବର ବିହୀନ ବୋଲେରୋ ରେ ବେଆଇନ ଗୋଚାଲାଣ ହେଉଛି ।ଏହାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା ,ଏସଡିପିଓ  ଗୋକୁଳାନନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବହଳଦା ଓଆଇସି ଭାଷ୍କର ପ୍ରଧାନ,ଯାମଦା ଓଆଇସି ଅନୀତା ସ୍ବାଇଁ,ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଡିଏସପି ସରସ୍ବତୀ ଟୁଡୁ,ଵାଦାମପାହାଡ ଥାନା ଓଆଇସି  କେ କେ ହେମ୍ବ୍ରମ,,ସୁଲାଇପାଟ ଫାଣ୍ଡି ଅଧିକାରୀ ରଘୁନାଥ ଦେହୂରୀ,ହାଟବାଦଡା ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତି ଏବଂ ପୋଲିସ କର୍ମଚାରୀଙ୍କ ମିଳିତ ଚଢାଉ କୁସୁମି,ଦେଉଗାଁ ,ବଡାମକୁରାଡୀ ଏବଂ କେନ୍ଦ୍ରେଇ  ଅଂଚଳରେ ଶନିବାର ଦିନ ଚଢ଼ାଉ କରାଯାଇଥିଲା ।କୁସୁମି,ଦେଓଗାଁ ଏବଂ ବଡାମକୁଡାରୀ ଅଂଚଳରେ ୯ ଟି ନମ୍ବର ବିହୀନ ବୋଲେରୋ ଏବଂ କେନ୍ଦ୍ରେଇ ଅଂଚଳରେ ୧ ଟି ନମ୍ବର ବିହୀନ ବୋଲେରୋ ଜବତ କରାଯାଇ ବାଦାମ ପାହାଡ଼ ଥାନାରେ ରଖା ଯାଉଛି । ବାଦାମପାହାଡ ପୋଲିସ  ଏକ ମାମଲା କେଶ ନମ୍ବର ୧୦୧/୨୫,ରୁ/ ଏସ ୩୦୩/୦୨/୩(୫) ଵିଏନଏସ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।ସନ୍ଦେହ କରାଯାଉଛି ଏହି ଗାଡିକୁ ବାହାର ଜିଲ୍ଲାରେ ।ଚୋରା ଗୋଚାଲାଣରେ ଏହି ଗାଡିଗୁଡିକ ବ୍ୟବହୃତ କରାଯାଉଛି  । ପୋଲିସର ଅତର୍କିତ ଚଢ଼ାଉରେ ଗୋତସ୍କରଙ୍କ ମଧ୍ଯରେ‌କୋକୁଆ ଭୟ ସୃଷ୍ଟି ହୋଇଛି ।
Shrutilipi ad