Detain jail

ଯୈାତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ କୁ ଜେଲ ଓ ଜୋରିମାନା

ରାଜ୍ୟ

ବାରିପଦା: ଏକ ଯୈାତୁକ ନିର୍ଯ୍ୟାତନା ମାମଲାର ବିଚାର କରି ମାନ୍ୟବର ଏସଡିଜେଏମ କୋର୍ଟ ର ବିଚାରପତି ଜୁଏଲ ପଟ୍ଟନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବଡସାହି ଥାନା ଅନ୍ତର୍ଗତ କୁରୁଡିହା ଗ୍ରାମର ରବୀନ୍ଦ୍ର ବେହେରା (୪୬) କୁ ଦଫା ୪୯୮(ଏ) ଏବଂ ୪ ଅଫ ଡ ିପି ଆକ୍ଟ ଅନୁଯାୟୀ ଉଭୟରେ ଛଅ ମାସ ଲେଖାଏଁ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନେଦେୟ ଅଧିକ ଦୁଇ ମାସ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମମାଲାର ବିବରଣୀ ରୁ ପ୍ରକାଶ ଯେ ମୟୁରଭଞ ଜିଲା ବାରିପଦା ସହରର ସୁନାମୁହିଁ ଅଞ୍ଚଳର ମିଲି ବେହେରା ଙ୍କ ବିବାହ ୧୦-୨-୨୦୧୧ ରିଖ ରେ ବୈଦିକ ରୀତି ନିତୀ ଅନୁଯାୟୀ ରବୀନ୍ଦ୍ର ବେହେରା ଙ୍କ ସହିତ ହୋଇଥିଲା । ବିବାହ ସମୟରେ ଦାବୀ ଅନୁଯାୟୀ ଝିଅ ଘର ତରଫରୁ ଜାନି ଯୈାତୁକ ଦିଆଯାଇଥିବାବେଳେ ବିବାହ ର ଦୁଇ ତିନି ମାସ ପରେ ତାଙ୍କ ଉପରେ ସ୍ୱାମୀ ଏବଂ ଶ୍ୱଶୁର ଘର ର ଲୋକମାନେ ପୁଣି ଏକ ଟିଭି ଏବଂ କୋଡିଏ ହଜାର ଟଙ୍କା ପାଇଁ ନିର୍ଯ୍ୟାତନା ଦେବାର ଆରମ୍ଭ କରିଥିଲେ । ଫଳରେ ମିଲି ବେହେରା ତାଙ୍କ ବାପ ଘରକୁ ଖବର ଦେବାରୁ ତାଙ୍କ ବାପ ଘର ଲୋକେ ଏବଂ ତାଙ୍କ ସମ୍ପର୍କୀୟ ମାନେ ଆସି ଆପୋଷ ବୁଝାମଣା କରିବା ରୁ କିଛିଦିନ ଭଲରେ ରହିଥଲେ । ପୁଣି ତାଙ୍କ ଉପରେ ନିର୍ଯ୍ୟାତନା ଦେବାରୁ ମିଲି ବେହେରା ବାଧ୍ୟ ହୋଇ ଯାଇ ବାପ ଘରେ ରହୁଥିଲେ । ଏହାକୁ ନେଇ ମିଲି ବେହେରା ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଥାନାରେ କେସ ନମ୍ବର ୨୯୬/୧୪-୧୦-୨୦୧୧ ରେ ଏକ ମମଲା ରୁଜୁ କରାଯାଇଥିଲା । ଉକ୍ତ କେସର ସମସ୍ତ ଦଶ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ସରୋଜ କୁମାର ଦାସ ପରିଚାଳନା କରୁଥିଲେ ।

Shrutilipi ad