Post

ଆଜି ଭୁବନେଶ୍ବରରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ, ଦିଲ୍ଲୀ ଏମ୍ସରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର

ରାଜ୍ୟ

ଭୁବନେଶ୍ବର : ଆଜି ଭୁବନେଶ୍ବରରେ ପହଞ୍ଚିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ଦିଲ୍ଲୀ ଏମ୍ସରେ ଶବ ବ୍ୟବଛେଦ ସରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଭୁବନେଶ୍ବରରେ ମୃତଦେହ ପହଂଚିବା ପରେ ପୀଡିତାଙ୍କ ଗାଁ ବାୟାବର ନୂଆ ଗୋପାଳପୁର ବସ୍ତିକୁ ନିଆଯିବ । ସେଠାରେ ତାଙ୍କୁ କବର ଦିଆଯିବ। ଏଥିପାଇଁ ଗାଁରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୪ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟାରେ ଆଖି ବୁଜିଥିଲେ। ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେଜିଅନ୍ତା ଜାଳି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା।

Shrutilipi ad