ଆଗରପଡ଼ା :ରାଜ୍ୟ ଔଷଧ ନିୟନ୍ତ୍ରକଙ୍କ ଟିମ୍ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହେଉଥିବା ବେଳେ ଭଦ୍ରକ ଜିଳ୍ଲା ବନ୍ତ ବ୍ଳକରେ ବିଭାଗର ନଜର ପଡୁନଥିବାରୁ ବନ୍ତ ଓ ତା ଆଖପାଖ ଅଂଚଳରେ ମାଳମାଳ ଔଷଧ ଦୋକାନୀ ଭୟଶୂନ୍ୟ ହୋଇ ଅଧିକ ଲାଭ ଆଶାରେ ବିନା ପ୍ରେସକ୍ରିପସନ ବା ଡାକ୍ତରୀ ଚିଠାରେ ଅତି ସହଜରେ ଗର୍ଭନଷ୍ଟ େଓା÷ଷଧ ବିକୁଥିବା ଜଣାପଡ଼ିଛି । ଏଭଳି ମେଡ଼ିସିନର ବିକ୍ରି ଉପରେ କଡା କଟକଣା ରହିଥିବା ବେଳେ ଦୋକାନୀ କିନ୍ତୁ ଆଇନକୁ ଅମାନ୍ୟ କରି ଔଷଧ ବିକୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହା ଏଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଛି । ସୁରକ୍ଷିତ ଗର୍ଭପାତ କରିବା କେବଳ ଡାକ୍ତରଙ୍କ ପରାମର୍ଶରେ ହୋଇପାରିବ ଏଥିପାଇଁ ଭ୍ରୂଣର ବୟସ ପୂର୍ବରୁ ସ୍ଥିର ହୋଇଛି । ତେବେ ଗର୍ଭପାତ କରିବା ପାଇଁ ମେଡ଼ିସିନ (ମାଇଫ୍ ପ୍ରିଷ୍ଟୋନ -ମିସୋପ୍ରୋଷ୍ଟୋଲ) ରହିଛି । ଏହି ମେଡ଼ିସିନ କେବଳ ଡାକ୍ତରୀ ପ୍ରେସକ୍ରିପସନରେ ବିକ୍ରି କରାଯିବ । ଏ ନେଇ ଡ୍ରଗ୍ଧ ଆଣ୍ଡକ ସମେଟିକ୍ସ ଆକ୍ଟରେ ନିୟମ ରହିଛି । ଯେଉଁ ମହିଳାଙ୍କ ପାଇଁ ଏହି ଔଷଧର ଆବଶ୍ୟକତା ରହିଛି ତାଙ୍କର ଡାକ୍ତରୀ ଚିଠା ଔଷଧ ଦୋକାନୀ ଦେଖିବା ସହ ଉକ୍ତ ଚିଠାର ଏକ କପି ନିଜ ପାଖରେ ରଖିବେ । ମେଡ଼ିସିନ ବିକ୍ରିର ବିଲ ପ୍ରସ୍ତୁତ କରିବା ସହ ଡାକ୍ତରଙ୍କ ପଞ୍ଜିକରଣ ନମ୍ବର ଓ କ୍ରେତାଙ୍କ ନାମ ଓ ଠିକଣା ଦୋକାନ ରେଜିଷ୍ଟରରେ ଲେଖି ରଖିବେ । ଏଭଳି କିଛି ନିୟମ ଭିତରେ ଗର୍ଭପାତ ବା ନଷ୍ଟ କରିବା ଔଷଧ ବିକ୍ରି କରାଯାଇପାରିବାର ସୂଚନା ଥିଲେ ସୁଦ୍ଧା ବନ୍ତ ତଥା ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ଅତି ସହଜରେ ଉକ୍ତ େଓା÷ଷଧ ମିଳିଯାଉଥିବା ଜଣାପଡ଼ିଛି । ଦୋକାନୀ ମୁହଁ ଚିହ୍ନା ଗ୍ରାହକଙ୍କୁ ବିନା ଦ୍ୱିଧାରେ ଉକ୍ତ ଔଷଧ ପ୍ରଦାନ କରୁଛନ୍ତି । ଡାକ୍ତରୀ ଚିଠା ନ ଦେଖି ଔଷଧ ବିକ୍ରି ଚାଲିଛି । ତେବେ ଗୁରୁତ୍ୱପୂର୍ଣ କଥା ହେଉଛି, ଏହି ଏମପିଟି ଔଷଧ ବିକ୍ରିରେ ଏକ ବଡ଼ ଅଂଶ ଲାଭ ରହିଛି । ବହୁ ଛୋଟ ଛୋଟ କମ୍ପାନୀ ଏବେ ବନ୍ତ ଓ ତା ଆଖପାଖ ଅଂଚଳରେ ବଜାରରେ ପ୍ରବେଶ କରି ମୋଟା ଅଙ୍କର ଲାଭାଂଶ ଦୋକାନୀଙ୍କୁ ଦେଉଛନ୍ତି । ତେଣୁ ଲୋଭରେ ପଡ଼ି ଔଷଧ ଦୋକାନୀ ଏହି ଔଷଧ ବିକ୍ରି କରୁଛନ୍ତି । ତେଣୁ ଔଷଧ ନିୟନ୍ତ୍ରକ ବିଭାଗୀୟ ଅଧିକାରୀ ତଥା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳରେ ଚଢ଼ାଉ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

