ବାରିପଦା: ମୟୂରଭଂଜ ଜିଲ୍ଲାର ଵିଜାତଳା ନୋଡାଲ ସ୍କୁଲ୍ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥିଭାବେ ଡିଇଓ ପୂର୍ଣଚନ୍ଦ୍ର ସେଠୀ,ସମ୍ମାନିତ ଅତିଥି ଭାବେ କୁସୁମି ବ୍ଳକ ବିଇଓ କପିଳେନ୍ଦ୍ର ଦାସ,ରରୁଆଁ ବିଇଓ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ଅବସର ନେଉଥିବା ବିଇଓ ନେପାଳ ମୁଣ୍ଡା ଏବଂ ଏବିଇଓ ନିରୁପମା ମହାନ୍ତିଙ୍କ କର୍ମମୟ ଜୀବନ ଓ ଛାତ୍ରଵତ୍ସଳ ଏବଂ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ଭଲ ପାଇବା,ସମୟ ଅନୁଵର୍ତ୍ତିତା,,କାର୍ଯ୍ୟଦକ୍ଷତା, ଅଫିସ ସୁପରିଚାଳନା,ସ୍ନେହ,ଶ୍ରଦ୍ଧା, ଓ ଭଲ ପାଇବା ଏବଂ ବହୁମୁଖୀ ପ୍ରତିଭାର ବିଷୟରେ ଆଲୋକପାତ କରିଥିଲେ ।ବିଇଓ ନେପାଲ ମୁଣ୍ଡା ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଥିଲେ ।ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯେତେବେଳେ ବି ଅସୁବିଧାରେ ପଡୁଥିଲେ ସେତେବେଳେ ଅବସରପ୍ରାପ୍ତ ବିଇଓ ନେପାଲ ମୁଣ୍ଡା ସଙ୍ଗେ ସଙ୍ଗେ ସମସ୍ୟାର ସମାଧାନ କରୁଥିଲେ । ଅତିଥିଗଣ ଅବସରପ୍ରାପ୍ତ ବିଇଓ ଓ ଏବିଇଓଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଆରସିସି,ସିଆରସିସି,ଶିକ୍ଷାନୁଷ୍ଠା ନ ମାନଙ୍କର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

