Erw

କଳାଟମକ – ହାତୀଛାଡ଼ ଗ୍ରାମ୍ୟ କାଦୁଅ ପଚ-ପଚ ରାସ୍ତା ଶୋଚନୀୟ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପଛୁଆ  ବିଜାତଳା ବ୍ଲକ ର ସରଗଡା ପଂଚାୟତ ର କଳାଟମକ ଠାରୁ ହାତୀଛାଡ଼ ଗ୍ରାମ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି  ।  ଦୁଇମାସ ହେଲା ଲଘୁଚାପ  ଲଗାଣ ବର୍ଷା ଯୋଗୁଁ ଏହି ମାଟି ରାସ୍ତାରେ ଗର୍ତ ସୃଷ୍ଟି ହେଵାସହ କାଦୁଅ ପଚ ପଚ ଯୋଗୁଁ ଯାତାୟତ ଓ ଗମନାଗମନ ଅସୁବିଧା ହୋଇଛି ।  ଏହି ମୁଖ୍ଯ ରାସ୍ତାଟି ବିଭିନ୍ନ ଅଂଚଳକୁ  ସଂଯୋଗ କରୁଥିବାରୁ  ରାସ୍ତା ଖରାପ ଯୋଗୁଁ ଖାଲି ପାଦରେ ଚାଲିବା,  ସାଇକେଲ,ମଟରସାଇକେଲ,ପରିବହନ ଗାଡ଼ି ଯିବା ଆସିବାରେ ନାହିଁ ନ ଥିବା ଅସୁବିଧା ହେଉଛି । ହାଟୁଆ, ପଥିକ, ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ,ଆମ୍ବୁଲାନ୍ସ ଗାଡି  ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି।  ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l
Shrutilipi ad