Img 20250801 wa0162

ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଧବା ଗୁରୁବାରୀ ମୁଣ୍ଡା ଙ୍କ ପ୍ରତି ବନ ବିଭାଗ ଅଣଦେଖା ? ମାସେ ବିତିଲାଣି କେବେ ମିଳିବ ସହାୟତା ?

ରାଜ୍ୟ
ବାରିପଦା: ଵିଜାତଳା ବ୍ଳକର ସରଗଡା,ଚଢ଼େଇ ପାହାଡି,ମାଣିକପୁର, ମଢେଇକଚା,ଲୁହା ଶିଳା,ରାଇହରି ପଞ୍ଚାୟତର ପାହାଡିଆ ଅଂଚଳ ହେଉଛି ହାତୀ ମାନଙ୍କର ବାସସ୍ଥାନ ।ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି l ପାହାଡ଼ରେ ପଥର ବାଷ୍ଟିଙ୍ଗ ,ମୋରମ ଖନନ ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ରହୁଥିବା ଜୀଵଜନ୍ତୁ ବାସସ୍ଥାନ ସଙ୍କୁଚିତ ହେବା ସହ ଖାଦ୍ଯାଭାବ ଦେଖା ଦେଉଛି । ତେଣୁ ହାତୀମାନେ  ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି । ବାସ ହରାଇ ହାତୀକୁ ସୁରକ୍ଷା ଦେବା କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା ଦେଇଛି ।ବାଧ୍ୟ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି  । ଦିନ ଥିଲା ହାତୀ ମଣିଷର ବଂଧୁ ‌। ଏବେ ହାତୀ ସାଜିଛି ମଣିଷର ବଇରୀ ।ହାତୀ ମଣିଷର ଲଢେଇ ଚାଲିଛି ।କେଉଁଠି ହାତୀକୁ ମାରି ଦିଆଯାଉଛି ତ କେଉଁଠି ହାତୀ ମଣିଷର ଜୀବନ ନେଉଛି ।
ସୂଚନାଯୋଗ୍ଯ ୧୯/୦୬/୨୦୨୫ ରେ ଗୁରୁବାର ରାତିରେ ବିଜାତଳା ବ୍ଳକ ଅନ୍ତର୍ଗତ  ସରଗଡା ପଞ୍ଚାୟତର ଭିଜିଡ଼ି ଗ୍ରାମର  ବିଧବା ଗୁରୁବାରୀ ମୁଣ୍ଡା ଘରକୁ ରାତିରେ ହାତୀ କବାଟ ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି । ଆସବାବ ନଷ୍ଟ କରି ଦେଇଥିଲା ।ସରଗଡା ଆର ଆଇ ପାଲ ଖଣ୍ଡେ ଦେଇଛନ୍ତି l ଏହି ବିଷୟରେ ସରଗଡା ସରପଞ୍ଚ ଏବଂ ରାଇରଙ୍ଗପୁର ବନଖଣ୍ତ ବିଭାଗ କୁ ଲିଖିତ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିନାହିଁ lତେଣୁ ବିଚରା ବିଧବା ଗୁରୁବାରୀକୁ ଆବାସ ଯୋଜନାରେ ଖଣ୍ଡେ  ସରକାରୀ ଗୃହ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।
Shrutilipi ad