Img 20250731 wa0106

ଜିଲ୍ଲା ଆରକ୍ଷୀ ବିଭାଗ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ -୨୦୨୫

ରାଜ୍ୟ
  • ” ମା ପାଇଁ ଗଛ ଟିଏ “
ବାରିପଦା: ଆଜି ବାରିପଦାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ବିଭାଗ ଏବଂ ଜିଲ୍ଲା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ ଅଭିଯାନ -୨୦୨୫ (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶ  ଯୋଗ ଦେଇଥିଲେ।
 ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଗୁଣ୍ଟୁପାଲ୍ଲୀ କହିଥିଲେ ଯେ ଏହି ବୃକ୍ଷ ରୋପଣ ଅଭିଯାନର ମୁଖ୍ୟ ଉଦେଶ୍ୟ ହେଉଛି ମୟୁରଭଞ୍ଜକୁ ଏକ ସବୁଜ ସୁନ୍ଦର ଜିଲ୍ଲା ଭାବେ ଗଢିବା ତୋଳିବା ସହିତ ସ୍ୱାସ୍ଥ୍ୟ ଉପଯୋଗୀ ସୁନ୍ଦର ପରିବେଶ ସୃଷ୍ଟି କରିବା।
ସେହିପରି ବନଖଣ୍ଡ ଅଧିକାରୀ କହିଥିଲେ ଯେ  ଯଶ୍ଵସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ  ସାରା ଭାରତ ବର୍ଷକୁ  ସବୁଜ ବଳୟ ଭିତରେ ରଖି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ “ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ ଜାରି ରହିଛି। ଏବର୍ଷ ୭୬ ତମ ବନ ମୋହତ୍ସବ ଅବସରରେ ଜିଲ୍ଳାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଚାଲିଛି। ବୃକ୍ଷ ରୋପଣର  ମୁଖ୍ୟ ଲକ୍ଷ୍ୟ ହେଉଛି   ଜଙ୍ଗଲ ସୃଷ୍ଟି ସହିତ ଉତ୍ତମ ପରିବେଶ ସୃଷ୍ଟି କରିବା। ବଂଚିବା ପାଇଁ ପ୍ରାଣୀ ଜଗତର ମୌଳିକ ଆବଶ୍ୟକତା ଅମ୍ଳଜାନ ବୃକ୍ଷ ହିଁ ଯୋଗାଇ ଥାଏ ଏବଂ ଏନ୍ତୁଡ଼ି ଶାଳରୁ ଜୁଇ ପର୍ଯ୍ୟନ୍ତ କାଠର ଆବଶ୍ୟକତା ବିଷୟରେ ସମସ୍ତେ  ଜାଣିଥିବେ। ତେଣୁ  ପ୍ରକୃତିକୁ ସଂରକ୍ଷଣ କରି ଶକ୍ତି ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।
ଏହା ଛଡା ଯଦି ଧର୍ମ ଆଧାରରେ ବିଚାର କରିବା ତେବେ ଆମେ ବୃକ୍ଷକୁ “ବୃକ୍ଷ ଦେବୋ ଭଵଃ” ବୋଲି କହି  ତୁଳସୀ, ବେଲ, ବର,ଅଶ୍ୱସ୍ତ ଅଶୋକା,ଅଁଳା ଆଦି ବିଭିନ୍ନ ବୃକ୍ଷକୁ ପୂଜା କରିଥାଉ। ପ୍ରତ୍ୟେକ ଲୋକର ଜନ୍ମ ସହିତ ଗୋଟିଏ ରାଶି ରହିଥାଏ ଏବଂ କେଉଁ ରାଶିର ଲୋକ କେଉଁ ଗଛ ଲଗାଇଲେ ଏହାର ପ୍ରଭାବରେ ତା’ଙ୍କ ଜୀବନର ଗତିପଥ ସୁଗମ ହୋଇଥାଏ ସେ ବିଷୟରେ ଉପସ୍ଥାପନ କରିଥିଲେ।
ସେହିପରି ପରିବେଶବିତ ଶ୍ୟାମ ସୁନ୍ଦର ଦାଶ, ଗଛଟିଏ ଲଗାଇବା ସହିତ ଗଛଟିକୁ ବଞ୍ଚାଇ ରଖିବା ପାଇଁ ଉପଯୁକ୍ତ ଯତ୍ନ ସହ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ ବୋଲି  କହିଥିଲେ।
ଏହି ପରିପ୍ରେକ୍ଷୀରେ ସୁନ୍ଦର ବାୟୁମଣ୍ଡଳ ସୃଷ୍ଟି କରିବା ପାଇଁ ଗଛ ଲଗାଇବା ତଥା  ପରିବେଶକୁ ଦୂଷିତ ନକରିବା ଉଦେଶ୍ୟରେ ଉପସ୍ଥିତ ସମସ୍ତେ ସାମୁହିକ ଶପଥ ପାଠ କରିଥିଲେ।
ଏହାପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଅନ୍ୟାନ୍ୟ ମାନଙ୍କ ଦ୍ୱାରା ରିଜର୍ଭ ପୋଲିସ ପଡିଆ ପରିସରରେ କିଛି ବୃକ୍ଷ ରୋପଣ କରାଯାଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଓ ବନ ବିଭାଗର ବିଭିନ୍ନ ପଦାଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଅନେକ ସମାଜସେବୀ , ପରିବେଶବିତ, ସ୍ୱେଚ୍ଛାସେବୀ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l
Shrutilipi ad