Dhiman chakma 1068x601

ଜେଲ୍‌ରୁ ମୁକୁଳିଲେ ଆଇଏଏସ ଧୀମାନ ଚକମା, ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ

ରାଜ୍ୟ

ଭବାନୀପାଟଣା:  ଲାଞ୍ଚ ମାମଲାରେ ଗିରଫ ଆଇଏଏସ  ଧୀମାନ ଚକମା ଜେଲ୍‌ରୁ ବାହାରିଛନ୍ତି l ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଆଜି ଭବାନୀପାଟଣା ଜେଲରୁ ବାହାରିଲେ ଧୀମାନ ଚକମା l ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେେ ଚମକାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ l

ସୂଚନାଥାଉ କି, ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ପ୍ରଥମ ଦଫାରେ ଧର୍ମଗଡ଼ ସ୍ଥିତ ସରକାରୀ ବାସଭବନକୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ।  ତେବେ ପୂର୍ବ ଯୋଜନା ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ। ଏହା ସହ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ଧୀମାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ବେଲ୍‌ ମିଳି ନ ଥିଲା। ଯାହାପରେ ତାଙ୍କୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ଚକମା ୨୦୨୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର। ସେ ତ୍ରିପୁରାର କାଞ୍ଚନପୁରର ବାସିନ୍ଦା। ରିପୋର୍ଟ ଅନୁଯାୟୀ, ସେ ଅଗରତାଲାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ନିଟ୍)ରେ କମ୍ପ୍ୟୁଟର ସାଇନ୍ସ ପଢ଼ିଥିଲେ। ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ସେ ଆଇଏଏସ ଅଧିକାରୀ ହେବା ପୂର୍ବରୁ ପ୍ରଥମେ ଓଡ଼ିଶାର ମୟୂରଭଞ୍ଜରେ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ବୋଲି ଜଣାପଡ଼ିଛି।

Shrutilipi ad