ବାରିପଦା: ମୟୁରଭଞ୍ଜ ଜିଲ୍ଲ ଗୁହାଳଡାଙ୍ଗିରୀ ପଞ୍ଚାୟତର ସୁରିଆଗୋଡ଼ା ଗାଁର କୁମାରସାହି ଦେଇ ଯାଇଥିବା – ସୁରିଆଗଡା- ରୁଆଁସି ମଝିରେ ଥିବା କୁମାରସାହି ପୋଲଟି ଲଗାଣ ବର୍ଷାରେ ଭାସି ଲଗାଣ ବର୍ଷାରେ ଭାଷିଯିବା ଫଳରେ ଅଂଚଳ ବାସୀଙ୍କ ଗମନାଗମନ ପ୍ରଭାବିତ ହୋଇଛି । ଫଳରେ ଏହି ରାସ୍ତା ଦୈନିକ ଯିବା ଆସିବା କରୁଥିବା ଶହ ଶହ ଲୋକ, ସ୍କୁଲ ଛାତ୍ର ଛାତ୍ରୀ ,ପରିବହନ ଗାଡ଼ି,ଆମ୍ବୁଲାନ୍ସ ଯିବା ଆସିବା କରିପାରୁନାହିଁ ।
ଏଠାରେ ମାସେ ହେଲା ଲାଗି ରହିଥିବା ଲଗାଣବର୍ଷା ଯୋଗୁଁ ପୋଲଟି ସମ୍ପୂର୍ଣ ଭାଙ୍ଗିଯିବା ଫଳ ରେ ଅଞ୍ଚଳବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଏହି ପୋଲ ଭାଙ୍ଗି ମାସେ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପୋଲ ନିର୍ମାଣ ବ୍ୟବସ୍ଥା କରିବାପାଇଁ ସାଧାରଣରେ ଦାବି ହେଉଛି ।

