Q

ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ରାଜ୍ୟ
ବାରିପଦା-  ଜାତୀୟ ରାଜପଥ ୨୨୦ ନମ୍ବର ରେ ଆଜି  ଏକ ୧୦୮ ଆମ୍ବୁଲାନ୍ସ ଯାଉଥିବା ସମୟରେ ହଠାତ୍ ଗୋରୁ ପଲକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ  ହୋଇଅଛି ।ସୂଚନାଯୋଗ୍ୟ ଆଜି ସକାଳୁ ବାଦାମ ପାହାଡ଼ରୁ ରୋଗୀ ଏବଂ ପରିବାର ଲୋକ ଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଭିମୁଖେ ଆସୁଥିବାବେଳେ ନାଉଯୋଡା ପାଖରେ ଏକ ଗୋରୁ ପଲ  ରାସ୍ତା ପାର ହେବାପାଇଁ ଦୌଡା ଦୌଡ଼ି କରି ଯାଉଥିଲେ ।ଗୋରୁପଲକୁ ରକ୍ଷା କରିବାକୁ ଯାଇ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ  ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଥିଲା । ଫଳରେ ଆମ୍ବୁଲାନ୍ସ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରୁ ଅଳ୍ପକେ ବର୍ତିଲେ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀ ଙ୍କ ସମେତ ରୋଗୀ ଏବଂ ପରିବାରର ଲୋକେ ।
Shrutilipi ad