Wer

ଓକିଲ ସୁରେନ୍ଦ୍ର କରଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ରାଜ୍ୟ

ଆଗରପଡ଼ା :ପେଶାରେ ଓକିଲାତି, ନିଶାରେ ବୃକ୍ଷରୋପଣ କରି ସୁସ୍ଥ ପରିବେଶ ସୃଷ୍ଟି କରିବା । ଏହିପରି ଜଣେ ନିଆରା ବ୍ୟକ୍ତିତ୍ୱ ହେଲେ ସୁରେନ୍ଦ୍ର କର । ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଇଟୁଆ ଗ୍ରାମରେ ତାଙ୍କ ଘର । ଜିଲ୍ଲାପାଳ ଦିଲୀପ ରାଉତରାୟ ସଂପ୍ରତି ତାଙ୍କୁ ପ୍ରଦାନ କରିଛନ୍ତି ପ୍ରକୃତି ବନ୍ଧୁ ସମ୍ମାନ । ସୁରେନ୍ଦ୍ର ଦୀର୍ଘ ବର୍ଷ ଧରି ଟ୍ରି ଫ୍ୟାମିଲ୍ ଗଠନ କରି ତାଙ୍କ ସହଯୋଗୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ଆସୁଛନ୍ତି । ତାଙ୍କ ବାସଭବନ ସଂଲଗ୍ନରେ ବିଭିନ୍ନ ପ୍ରକାରର ଗଛ ଲଗାଇ ଏକ ମିନି ଉଦ୍ୟାନ ମଧ୍ୟ ସୃଷ୍ଟି କରିଛନ୍ତି । ଯାହାକି ଅନେକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହା ପାଲଟିଛି । ଏଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ । ବୃକ୍ଷ ହିଁ ଜୀବନ,ବୃକ୍ଷ ବଂଚିଲେ ଆମେ ବଂଚିବା ସ୍ଲୋଗାନରେ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଆକର୍ଷିତ ହୋଇ ଟ୍ରି ଫ୍ୟାମିଲ୍ ଅନୁଷ୍ଠାନରେ ସ୍ୱେଚ୍ଛାକୃତ ଭାବେ ସାମିଲ ହେଉଥିବାର ପରିଲକ୍ଷିତ ହେଉଛି । ଭଦ୍ରକ ବାର ଆସୋସିଏସନ କୋଷାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇ ଆସୁଛନ୍ତି ।

Shrutilipi ad