Photo for the news of chasa

ଲଘୁଚାପ ବର୍ଷା ପରେ ଚାଷ ପାଇଁ ଅଣ୍ଟା ଭିଡିଲା ଚାଷୀ

ରାଜ୍ୟ

ଆଗରପଡ଼ା :ଏ ବର୍ଷ ରଜ ସରିବା ପରେ ମୈାସୁମୀ ଆସିଥିଲା କିନ୍ତୁ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇ ପାରି ନଥିଲା । ଯଦ୍ୱାରା ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି । ବର୍ଷା ହେବାରୁ ଚାଷୀ କିଆରିରେ ଧାନତଳି ପକାଇବା ପାଇଁ କାଦୁଅ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବହୁ ଚାଷୀ ତଳି ପକାଇବାରେ ବ୍ୟସ୍ତ ଥିବା ଦେଖି ବାକୁ ମିଳିଛି । ବିବରଣୀରୁ ପ୍ରକାଶ ଯେ :ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ରେ ପ୍ରାୟ ୮୦ ଭାଗ ଚାଷ ଉପରେ ନିର୍ଭର କରନ୍ତି । ରଜ ପୂର୍ବରୁ ଜମିରେ ହଳ କରାଯାଇଥାଏ ମାତ୍ର ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଯୋଗୁଁ ଜମି ଟାଣ ହୋଇଯିବା ଫଳରେ ଏହି କାର୍ଯ୍ୟ ସମ୍ଭବପର ହୋଇନଥିଲା । ପାଣିପାଗର ଅନିୟମିତତା ଯୋଗୁଁ ଧାନ ବୁଣା ଓ ତଳି ପକାରେ ଅହେତୁକ ବିଳମ୍ବ ହୋଇଥିଲା କିନ୍ତୁ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେବା ଯୋଗୁଁ ଚାଷୀ ଚାଷ ପାଇଁ ଅଣ୍ଟା ଭିଡ଼ିଛି । ବର୍ଷାର ଅନିୟମିତତା ଯୋଗୁଁ ବହୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ଷା ଚାଷୀ ମନରେ ଉତ୍ସାହ ସୃଷ୍ଟି କରିଛି ।

Shrutilipi ad