Mixcollage 30 jul 2025 01 38 pm

୨ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ରାଜ୍ୟ

ଭୁବନେଶ୍ୱର: ମହାନିର୍ଦ୍ଦେଶକ (ଡିଜି) କିମ୍ବା ସେହି ସମକକ୍ଷ ପଦରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଫିସର ଆର ପି କୋଚେ ଏବଂ ଯଶୱନ୍ତ ଜେଠୱାଙ୍କୁ ତାଲିକାଭୁକ୍ତ କରାଯାଇଛି।

୧୯୯୩ ବ୍ୟାଚର ଅଧିକାରୀ ଆର ପି କୋଚେ ବର୍ତ୍ତମାନ ଡାଇରେକ୍ଟର ଅଫ ଇଣ୍ଟେଲିଜେନ୍ସ ଭାବରେ କାର୍ଯ୍ୟରତ ଅଛନ୍ତି।ସେ ସମ୍ବେଦନଶୀଳ ଗୁଇନ୍ଦା ମାମଲାରେ ଜରୁରୀ ସମୟରେ ନିଜର କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ପାଇଁ ପରିଚିତ।

ଅପରପକ୍ଷରେ ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଯଶୱନ୍ତ ଜେଠୱା ବର୍ତ୍ତମାନ ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଜେଠୱାଙ୍କ ସଚ୍ଚୋଟତା ଯୋଗୁଁ ଓଡିଶା ଅନେକ ଜାଗାରେ ନିଜ ନାମକୁ ଉଜ୍ଜ୍ବଳିତ କରିବା ସହ ଦୁର୍ନୀତି ବିରୋଧୀ ଅଭିଯାନକୁ ସୁବ୍ୟବସ୍ଥିତ କରିବାରେ ମଧ୍ୟ ସେ ସଫଳତା ହାସଲ କରିପାରିଛନ୍ତି। ଯାହାଦ୍ଵାରା ତାଙ୍କୁ ଜାତୀୟ ସ୍ତରରେ ଖ୍ୟାତି ମିଳିପାରିଛି।

Shrutilipi ad