ବାରିପଦା : ଆଦିବାସୀ ଅଧ୍ୟୁଷିତ ବିଜାତଳା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି ।ଚାରିଆଡେ ଶିକ୍ଷକ ମରୁଡି ।ପିଲା ଯଦି ପ୍ରଥମରୁ ଶିକ୍ଷାଦାନ ସଠିକ ନପାଏ ତାହାହେଲେ ତାହାର ମୂଳଭିତ୍ତି କିଭଳି ସୁଦୃଢ ହେବ ! ସରକାର କହୁଛନ୍ତି ବେଟି ପଢାଅ,ବେଟି ବଚାଓ ,କିନ୍ତୁ ବିଦ୍ୟାଳୟରେ ଶିକ୍ଷକ ମରୁଡି ହେଲେ ସରକାରଙ୍କ ନାରା କେମିତି ସଫଳ ହେବ ? ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ ଵିଜାତଳା ବ୍ଳକ ଶିକ୍ଷାରେ ପଛୁଆ ।ଏହି ଅଂଚଳ ଦୁର୍ଗମ ବଣ,ଜଙ୍ଗଲ,ନଦୀ,ନାଳ ଘେରାଉରେ ଅବସ୍ଥିତ ।ଵିଜାତଳା ବ୍ଳକର ସରିବା ପଞ୍ଚାୟତର ବଡବାଣ୍ଠା ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାରୁ ୫ ମ ଶ୍ରେଣୀ ଜଣେ ଭାରା ପ୍ରାପ୍ତ ଶିକ୍ଷକଙ୍କ ଦ୍ଵାରା ଚାଲିଛି । ୫୧ ଜଣ ଛୁଆ ପାଠ ପଢ଼ୁଛନ୍ତି । ଜଣେ ଶିକ୍ଷକ କିଭଳି ୫ ଟି ଶ୍ରେଣୀକୁ ପାଠ ପଢାଇବ ! ଶିକ୍ଷକ ମାନଙ୍କର ଆଜିକାଲି ବହୁତ କାମ ।ଵିଏଲଓ,ମଧ୍ୟାହ୍ନ ଭୋଜନ,ବ୍ଳକ କୁ ଯିବା, ଭଳି ବହୁ କାମ ରହୁଛି ।ଶିକ୍ଷକ ସ୍କୁଲ କାମକୁ ଗଲେ ରୋଷେୟା ଙ୍କ ଭରସାରେ ଛୁଆ ମାନଙ୍କୁ ଛାଡି ଯାଆନ୍ତି ।କେତେବେଳେ କ’ଣ ହେବ କହି ହେବନି ।ଶିକ୍ଷକଙ୍କ ଭାଗ୍ୟ ସୂତା ଖିଅ ରେ ଚାଲିଛି । ଅଭିଭାବକମାନେ ପିଲାମାନଙ୍କ ଶିକ୍ଷାଦାନ ଭଵିଷ୍ଯତ ନେଇ ଚିନ୍ତିତ ।ପିଲାଙ୍କ ଭବିଷ୍ୟତକୁ ନେଇ ବିଦ୍ୟାଳୟ କମିଟି,ଗ୍ରାମବାସୀ ବୃନ୍ଦ ଆଜି ସୋମବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବାସନ୍ତୀ ଲାର୍କାଙ୍କୁ ଶିକ୍ଷକ ନିଯୁକ୍ତି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

