Img 20250728 wa0175

ଜେଏମଏମ ତରଫରୁ  ବିଭନ୍ନ ଦାବୀ କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

ରାଜ୍ୟ
ବାରିପଦା: ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଜମିକୁ ଦଲାଲ,ଜମି ମାଫିଆ ମାନେ ବର୍ଷ ବର୍ଷ ଧରି ମାଡ଼ି ବସିବା ସହ ଘରଦ୍ଵାର କରିପକାଇ ଜବରଦଖଲ କରି ରଖିଛନ୍ତି  ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ସୂଚନାଯୋଗ୍ଯ  ରଘୁନାଥ ଜୀଉ ମନ୍ଦିରର  ପୌରାଞ୍ଚଳର ଅଁଳାଡୁବା,ପିଛିଲିଘାଟୀ,କୁଚେଇବୁଢି, ରେ ୬୨.୨୮ ଏକର ଜମିକୁ  ସହରର ପ୍ରାକ୍ତନ ସରକାରୀ କର୍ମଚାରୀ, ଅଧ୍ୟାପକ,ରାଜନେତା,ବହୁ ଵ୍ଯଵସାୟୀ,ଜମି ମାଫିଆ ମାନେ ଲିଜ ଆକାରରେ ଏବଂ ଜବରଦଖଲ ଆକାରରେ ମାଡ଼ି ବସିଛନ୍ତି ।ସେହିଭଳି ଯାମଦା  ତହସିଲ ଅଂଚଳରେ ୫୧ ଏକର ୭୮ ଡେସିମିୱ ଜମି ଏବଂ କୁସୁମି ବ୍ଳକର ୩ ଏକର ୨୮ ଡେସିମିଲ ଜମି ଜବରଦଖଲ ଏବଂ ବୀଜ ଆକାରରେ  ମୂଲ୍ୟବାନ ଜମିକୁ ମାଡ଼ି ବସିଛନ୍ତି ।ଅର୍ଥ ଅଭାଵରୁ ଜଗନ୍ନାଥ ମନ୍ଦିରରେ ଅରୁଣ ସ୍ତମ୍ଭ  ,ପାର୍ଶ୍ବ ମନ୍ଦିର,ପାଚେରୀ ଏବଂ ଫାଟକ ନିର୍ମାଣ ହୋଇ ପାରୁ ନାହିଁ ପଣ୍ଡା ଏବଂ ପଢିଆରୀ ମାନଙ୍କୁ ଉଚିତ୍ ପ୍ରାପ୍ୟ ଦିଆ ଯାଇପାରୁ ନାହିଁ । ଠାକୁରଙ୍କ ନୀତିକ୍ରାନ୍ତି  ଠିକ ଭାବରେ ହୋଇପାରୁନାହିଁ ।
ତେଣୁ ତୁରନ୍ତ ରଘୁନାଥ ଜୀଉ ମନ୍ଦିରର ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ କରିବା ପାଇଁ ଦାବି କରାଯାଇଥିଲା ।ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ  ବାସନ୍ତୀ ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ଜେଏମଏମ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆ ,ପ୍ରବକ୍ତା ସୁନିଲ ମାଝୀ,କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସ୍କୁ ଏଵଂଵହୁ ଦଳୀୟ କର୍ମୀ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ସେହିପରି ରାଇରଙ୍ଗପୁର ର ଶିଳ୍ପାୟନ ପାଇଁ ସରକାରୀ ଜମି ଅଧିଗ୍ରହଣ ନିମନ୍ତେ କଣ୍ଟାବଣି,ଆନନ୍ଦପୁର ଏବଂ ଶିଳ୍ପାୟନ ପାଇଁ  ସରକାରୀ ଜମି ଅଧିଗ୍ରହଣ  ସମସ୍ଯା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୁ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ଵରେ  ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ଯରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ   ବାସନ୍ତୀ ଲାକ୍ରାଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବିଗୁଡିକୁ ହେଲା ୧- ରାଇରଙ୍ଗପୁର‌  ଵ୍ଳକର ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଡ଼ିଓ ଧାନାଇ ଚରଣ ଟୁଡୁଙ୍କ ତତ୍ବାଵଧାନରେ  ୫ ମ ସିଡ୍ଯୁଲ ଏରିଆରେ ହୋଇଥିବା ପଲ୍ଲିସଭା ସଂପୁର୍ଣ ବେଆଇନ; ଏହି ଅଂଚଳରେ ବାଙ୍କବଳ ଜଳସେଚନ ପ୍ରକଳ୍ପ ଦ୍ଵାରା  ହୋଇଥିବା କେନାଲରେ ଦିର୍ଘ ୩୫ ବର୍ଷ  ହେଲା ଜଳ ଆସୁନଥିବା ଯୋଗୁଁ ଚାଷୀଙ୍କୁ ଜଳକର ଛାଡ କରିବା ;ପଲ୍ଲିସଭାର ସ୍ବଚ୍ଛ ଓ ସୁଦୃଢ କରାଇବା; ଆୟୋଜିତ କଣ୍ଟାବଣି ପଲ୍ଲିସଭାରେ ନିରିହ ଆଦିବାସୀଙ୍କୁ ପୋଲିସ ଆକ୍ରମଣର ତଦନ୍ତ କରିବା ଏବଂ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା; କଣ୍ଟାବଣି,ଆନନ୍ଦପୁର ଏଵଂଦାଣ୍ଡବୋଷ ଜମି ଅଧିଗ୍ରହଣର ସରକାରୀ ଅନୁକମ୍ପା ଲିଖିତ ଭାବରେ ହିତାଧିକାରୀମାନଙ୍କୁ ପ୍ରଦାନ କରିବା ଯାହାକି ନୋଟିସ ରେ ଲେଖା ଥିବ;ଭବିଷ୍ୟତରେ ସେହି ଜମିରେ ଶିଳ୍ପ ପ୍ରତିଷ୍ଠାନ ନ ହେଲେ ମୂଳ ଜମିକୁ ଜମି ହରାଇଥିବା ଲୋକଙ୍କୁ ଫେରାଇଦେଵା ଇତ୍ଯାଦି ।ଏହି ବିକ୍ଷୋଭ ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଜିଲ୍ଲା ପ୍ରବକ୍ତା ସୁନିଲ ମାଝୀ,କେନ୍ଦ୍ରୀୟ‌କମିଟି ସଦସ୍ୟ ସାଲୁ କିସ୍କୁ,ଜିଲ୍ଲା ପରିଷଦ ସଦସ୍ଯା ମୀନା ସୋରେନଙ୍କ ସମେତ ବହୁ ଜେଏମ ଏମ କର୍ମୀ ସାମିଲ ହୋଥିଲେ ।
Shrutilipi ad