- ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର
ବାରିପଦା : ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଟିକରପଡା ସ୍ଥିତ ଏକଲବ୍ୟ ମଡେଲ ସ୍କୁଲ ପରିସରରେ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଆମେ ମୟୂରଭଞ୍ଜିଆ ସଂଗଠନ ଓ ବାରିପଦା ବନଖଣ୍ଡ ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏକ ଲବ୍ୟ ମଡେଲ ସ୍କୁଲ ର ଅଧ୍ୟକ୍ଷ ଅମିତ କୁମାର ଅଧ୍ୟକ୍ଷତା କରିଥିଲେ l ଆମେ ମୟୂରଭଞ୍ଜିଆ ର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାରିପଦା ବନ ଖଣ୍ଡ ଅଧିକାରୀ ଏ ଉମା ମହେଶ, ବରଣ୍ୟ ଅତିଥି ଭାବେ ଅତିଥି ବାରିପଦା ସଦର ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ବାରିପଦା ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଂଶୁ ମନ୍ତ୍ରୀ,ଶିକ୍ଷାବିତ ଡ଼ ବନଜା ମହାନ୍ତି ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ l ପ୍ରକୃତିମାତାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଏକାନ୍ତ ଜରୁରି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବୃକ୍ଷରୋପଣର ଆବଶ୍ୟକତା କୁ ନେଇ ପ୍ରବନ୍ଧ ପ୍ରତିଯୋଗିତା ଏବଂ ପ୍ରକୃତି ସୁରକ୍ଷା ବାର୍ତ୍ତାକୁ ନେଇ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା l ପରେ ପରେ ସମସ୍ତ ଅତିଥି, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା l

