Img 20250727 wa0180

ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ରାଜ୍ୟ
ବାରିପଦା: ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ସାପ୍ତାହିକ ହାଟରେ ଅବାଧ ଗୋମାଂସ ଵିକ୍ରି ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି ।ଆଇନ କୁ ଫୁ କରି ଦେଉଛନ୍ତି ଗୋତସ୍କର ମାନେ ।ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ସାପ୍ତାହିକ ହାଟରେ କିଛି ଗୋତସ୍କର  ଗୋମାଂସ ବିକ୍ରି କରୁଥିବା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।କିଛି ଗୋତସ୍କର ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପକ ସାରିଥିବାବେଳେ  ପୋଲିସ ୪ ଜଣ ଗୋତସ୍କରଙ୍କୁ  ମାଡ଼ି ବସିଥିଲା ।ସେମାନେ ହେଲେ  ମାତାରାମ ସୋରେନ,ଧାଙ଼ଡା ନାଏକ,ଜାକତୁ ସୋରେନ ଏବଂ ରାଇମାଳ ନାଏକ । ବିଶୋଇ ପୋଲିସ ସେମାନଙ୍କ ନାମରେ  ପଶୁ ହତ୍ୟା ମାମଲା  କେଶ ନମ୍ବର ୧୩୬/୨୫ ରୁଜୁ କରି ଆଜି ରବିବାର ଦିନ କୋର୍ଟ ଚାଲାଣ କରିଛି ।ବିଶୋଇ ପୋଲିସର ଏତାଦୃଶ କାର୍ଯ୍ୟକୁ ଗୋପ୍ରେମୀ ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।ଗୋମାଫିଆଙ୍କ କୋର୍ଟ ଚାଲାଣ ଶୁଣି   ଵାମନଘାଟୀ ଉପଖଣ୍ଡର ଗୋତସ୍କରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା ପରଠାରୁ ଅସାମାଜିକ,ଆଇନ ବିଶୃଙ୍ଖଳାକାରୀଙ୍କ ଉପରେ  କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁଛି ।
Shrutilipi ad