ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡି ଅନ୍ତର୍ଗତ ବାଢୁଣିଆ ଗ୍ରାମର ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ କୁନି ନାଏକ(୫୫) ।ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୧/୨୫ ରୁଜୁ କରି ମୃତୁ୍କର ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ସେହିପରି ଆଜି ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବଡବାଇକଳା ଗ୍ରାମର ଗୁରୁପ୍ରସାଦ ମହାନ୍ତି( ୭୦) ଆଜି ରବିବାର ଦିନ ବିଲକୁ ଚାଷ କାମରେ ଯାଇଥିଲେ ।ହଠାତ୍ ବିଲରେ ଟଳି ପଡ଼ିଥିଲେ ।ପରିବାର ଲୋକେ ତାଙ୍କୁ ତୁରନ୍ତ ରାଇରଙ୍ଗପୁରହସ୍ପିଟାଲକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

