Img 20250726 wa0189

ଜନସେବା କେନ୍ଦ୍ରରୁ ଯୁବକର ମୃତଦେହ ବାଦାମ ପହାଡ଼ ପୋଲିସ ଦ୍ଵାରା ଉଦ୍ଧାର

ରାଜ୍ୟ
ବାରିପଦା – ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଭଣ୍ଡନ ଗ୍ରାମର ଜନସେବା କେନ୍ଦ୍ରରୁ  ଜନୈକ ଯୁବକର ମୃତଦେହ ଆଜି  ବାଦାମ ପାହାଡ଼ ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ବଡଶିମିଳା ଗ୍ରାମର ବାସୁଦେବ ହେମ୍ଵ୍ରମ (୩୧) ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଭଣ୍ଡନ ଗ୍ରାମରେ ଜନସେବା କେନ୍ଦ୍ର ଖୋଲି ନିଜର ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ।ଶୁକ୍ରବାର  ଦିନ ରାତିରେ ଜନସେବା କେନ୍ଦ୍ର ମାଲିକ  ବାସୁଦେବ ରାତିରେ ଖାଇପିଇ ସେହି ଜନସେବା କେନ୍ଦ୍ରରେ ଶୋଇଥିଲେ ।ଶନିବାର ଦିନ ୯ ଟା ବେଳକୁ ଗ୍ରାହକମାନେ ଆସି କବାଟ ବନ୍ଦ ଥିବା ଦେଖି ଫୋନ ଏବଂ ପଚରା ପଚିରି କରି ଉତ୍ତର ପାଇ ନ ଥିଲେ ।ପରେ ଗ୍ରାମବାସୀ ଵାଦାମପାହାଡ ଥାନାକୁ ଖବର ଜଣାଇଥିଲେ ।ବାଦାମ ପାହାଡ଼ ପୋଲିସ ଆସି  ସମସ୍ତଙ୍କ ଉପସ୍ଥିତିରେ ମୃତକଙ୍କୁ ଉଦ୍ଧାର କରିଥିଲେ ।ପରେ ପରିବାର ସଦସ୍ୟଙ୍କ ଲିଖିତ ଅଭିଯୋଗ ଅନୁସାରେ ବାଦାମ ପାହାଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୬/୨୫ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ  ହସ୍ପିଟାଲକୁ ପଠାଯାଇଛି ।
Shrutilipi ad