Dead

ହୃଦାଘାତରେ ମହିଳାଙ୍କ ପରଲୋକ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତ କୁଣ୍ଡି ଗ୍ରାମର ବନମାଳୀ ମହାରଣାଙ୍କ ଧର୍ମପତ୍ନୀ ଶୁକ ମହାରଣାଙ୍କ ୬୮ବର୍ଷ ବୟସରେ ହୃଦାଘାତ ଯୋଗୁଁ ପରଲୋକ ଘଟିଛି । ସେ ଘରେ ଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଆଗରପଡ଼ା ମେଡିକାଲକୁ ନିଆ ଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହୃଦାଘାତ ଯୋଗୁଁ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଧର୍ମପରାୟଣା,ସରଳ, ନିଷ୍କପଟ,ପରୋପକାରୀ ମହିଳା ଥିଲେ । ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ,ବିଜେପି ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ପ୍ରାକ୍ତନ ସଭାପତି ଗୋପାଳକୃଷ୍ଣ ଦାଶ, ପ୍ରୀତିଶ୍ କାନ୍ତ ଶତପଥୀ, ଟୁକୁଲୁ ପଣ୍ଡା,ଅଶୋକ ପରିଡ଼ା, ଅନିରୁଦ୍ଧ ସିଂହ ପ୍ରମୁଖ ବିଜେପି ନେତାମାନେ ଏହି ଖବର ପାଇ ମେଡିକାଲକୁ ଯାଇ ତାଙ୍କୁ ଶେଷଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ବିଜେପି ଯୁବନେତା ଚିନ୍ତାମଣୀ ମହାରଣା ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Shrutilipi ad