ଆଗରପଡ଼ା :ବନ୍ତ ବ୍ଲକରେ କାର୍ଯ୍ୟରତ ୯ଜଣ ଜେଇଙ୍କ ମଧ୍ୟରୁ ଇତି ମଧ୍ୟରେ ୨ଜଣ ମହିଳା ଜେଇ ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ ଓ ଅସିମା ନାୟକ ଏଇ(ଆସିଷ୍ଟାଣ୍ଡ ଇଂ)ପଦକୁ ଉନ୍ନିତ ହେବା ସହ ସୂଚନା ଅନୁଯାୟୀ ଉକ୍ତ ୨ମହିଳା ଯନ୍ତ୍ରୀଙ୍କ ବାସୁଦେବପୁର ବ୍ଲକକୁ ବଦଳି ହୋଇଥିବା ଜଣାପଡ଼ିଛି । ତତ୍ ସହିତ ଅମର ଜ୍ୟୋତି ଦିପକ କୁମାର ଜେନାଙ୍କ ଚାନ୍ଦବାଲି ଓ ପ୍ରଦିପ ପରିଡ଼ାଙ୍କ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି ହୋଇଥିବା ଜଣାପଡ଼ିଛି । ତେଣୁ କାର୍ଯ୍ୟରତ ୯ଜଣ ଜେଇଙ୍କ ମଧ୍ୟରୁ ବର୍ତ୍ତମାନ ଆଦେଶ ଅନୁସାରେ ୪ଜଣ ଜେଇଙ୍କ ବଦଳି ହୋଇଛି । ୪ଜଣ ଜେଇଙ୍କ ବଦଳରେ ଜଣେ ଜେଇ ବିକାଶ କୁମାର ସିଂହଙ୍କ ବନ୍ତକୁ ବଦଳି ହୋଇଥିବା ଜଣାପଡ଼ିଛି ଯିଏକି ଭଦ୍ରକ ବ୍ଲକରେ କାର୍ଯ୍ୟରତ ଅଛନ୍ତି । ତେଣୁ ଯଦି ଆଦେଶ କାର୍ଯ୍ୟକାରୀ ହୁଏ ତେବେ ୨୫ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ୬ଜଣ ଜେଇ ସମ୍ଭାଳିବେ । ୯ଜଣରେ ସମସ୍ୟା ଉପୁଜୁଥିବା ବେଳେ ୬ଜଣ ଜେଇକୁ ନେଇ ବ୍ଳକର ଉନ୍ନୟନମୂଳକ କାର୍ଯ୍ୟ କିପରି ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ପଂଚାାୟତରେ ଜଣେ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ଜିଆରଏସ ବା ଗ୍ରାମ୍ୟ ରୋଜଗାର ସେବକ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ରହିବାର ନିୟମ ରହିଛି କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକରେ ୨୫ଟି ଗ୍ରାମପଂଚାୟତ ପାଇଁ ୯ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ୯ଜଣ କନିଷ୍ଠଯନ୍ତ୍ରୀଙ୍କ ମଧ୍ୟରୁ ୬ଜଣ ମହିଳା । ସୂଚନା ଅନୁଯାୟୀ; କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନଙ୍କୁ ବସନ୍ତିଆ,ଗଣିଜାଙ୍ଗ ଓ ଓଡ଼ଙ୍ଗ,ପ୍ରଜ୍ଞା ପରମିତା ମହାନ୍ତିଙ୍କୁ ପୁରୁଷଣ୍ଢ,ଅଣିଜୋ,ଗୋପିନାଥପୁର,ଅସିମା ନାୟକଙ୍କୁ ଚାରିଗାଁ, ବଡ଼ମହିଁଷଗୋଠ,ମହାନ୍ତିପଡ଼ା,ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀଙ୍କୁ ବିଟିପୁର,କାଦବରାଙ୍ଗ,ନିଳକ,ପ୍ରଜ୍ଞା ପରମିତା ସେଠୀଙ୍କୁ ପଧାନପଡ଼ା,ସେଣ୍ଡତିରା,ରୁପଶ୍ରୀ ଘଡ଼େଇଙ୍କୁ ରାମକୃଷ୍ଣପୁର,ଆଡ଼ିଆ ଓ ଟିଲୋ, ଅମର ଜ୍ୟୋତି ଦିପକ କୁମାର ଜେନାଙ୍କୁ ଗୋବିନ୍ଦପୁର,ବନ୍ତ,ରାମପୁର,ଅନିରୁଦ୍ଧ ବିଶ୍ୱାଳଙ୍କୁ ତୋଡ଼ଗାଁ,କେନ୍ଦୁଆପଦା,ଛୟାଳସିଂହ ଏବଂ ପ୍ରଦିପ ପରିଡ଼ାଙ୍କୁ ବଡ଼ବର୍ଚ୍ଚିକୟାଁ ଏବଂ ରାମଚନ୍ଦ୍ରପୁର ପଂଚାୟତର ଦାଇତ୍ୱ ପ୍ରଦାନ କରାଯାଇଛି । ୯ଜଣ କନିଷ୍ଠ ଯନ୍ତ୍ରୀ ୨୫ଟି ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ ଠିକ୍ଭାବେ କରିପାରୁନଥିବା ଅଭିଯୋଗ ମଧ୍ୟ ହେଉଛି । ୨୫ଟି ପଂଚାୟତରୁ ୧୭ଟି ପଂଚାୟତର ଦାଇତ୍ୱ ୬ଜଣ ମହିଳା ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜଣେ ଜଣେ ୩ଟି କରି ପଂଚାୟତର ଦାଇତ୍ୱ ନିର୍ବାହ କରୁଛନ୍ତି । ଯଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଦେଖିବାକୁ ମିଳୁଛି । ବହୁ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ିରହିଛି । ତେଣୁ ସରକାରଙ୍କ ତରଫରୁ ବ୍ଲକରେ ଆବଶ୍ୟକ ମୁତାବକ କର୍ମଚାରୀ ମୂତୟନ କରାଯାଇ ପାରୁ ନଥିବାରୁ ଏହାର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ । ଏହିପରି ସ୍ଥଳେ ବର୍ତ୍ତମାନ ପୁଣି ୪ଜଣ ଜେଇଙ୍କ ଅନ୍ୟତ୍ର ବଦଳି ହୋଇଥିବା ଜଣାପଡ଼ିଛି । ତେଣୁ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟକୁ ଆଖି ଆଗରେ ରଖି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଆବଶ୍ୟକ ଅନୁଯାୟୀ କର୍ମଚାରୀ ନିଯୁକ୍ତି ଦେବାକୁ ବନ୍ତ ଅଂଚଳବାସୀ ଦାବି କରିଛନ୍ତି ।

