Safei

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ଜୀବନବୀମା

ରାଜ୍ୟ

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର । ଏନେଇ ଲୋକସେବା ଭବନରେ ଗରିମା କାର୍ଯ୍ୟକ୍ରମରେ ଘୋଷଣା କଲେ CM ।

ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ଆୟୋଜିତ ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଗରିମା ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟର ୧୧୫ଟି ସହରର ୧୦ ହଜାର ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି।

କେବଳ ସେତିକି ନୁହେଁ ସବୁ ସୁରକ୍ଷା ସତ୍ତ୍ୱେ ଯଦି କର୍ମକ୍ଷେତ୍ରରେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୁଏ ତାହା ହେଲେ ପରିବାରକୁ ମିଳିବ ୩୦ ଲକ୍ଷ ସହାୟତା ରାଶି । ଏହାସହ ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ ଫୋନ୍ ଦେବେ ସରକାର। ତା’ ସହିତ ସହରୀ ପିଏମ୍ ଆବାସ ଯୋଜନାରେ କର୍ମୀଙ୍କୁ ଛାତ ଘର ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Shrutilipi ad