ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗ୍ରିପୋଷୀ ବ୍ଲକ ଅନ୍ତର୍ଗତ ଭୋଲାଗଡ଼ିଆ ଗ୍ରାମର ଉଦୀୟମାନ ଯୁବ ସାନ୍ତାଳୀ କବି ଫାଗୁ ବାସ୍କେଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମପତି ଙ୍କ ଦ୍ବାରା ରାଜଭବନର ନୂଆ ଅଭିଷେକ ହଲରେ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ତାଙ୍କ କବିତା ସଂଗ୍ରହ “ଆଳା ସାଓଁ ଇଞ୍” ପାଇଁ ୨୦୨୫ର କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡାବିତ୍ ଓ ୨୦୨୪ର ସିଭିଲ୍ ସର୍ଭିସ୍ ଉତ୍ତୀର୍ଣ୍ଣ ଓଡ଼ିଆ ପ୍ରାର୍ଥୀମାନଙ୍କ ଅଭିଭାବକ ରହିଥିଲେ ।
ଏହି ଅବସରରେ ରାଜ୍ୟପାଳଙ୍କ ସହ ପ୍ରଥମ ଲେଡି ଜୟଶ୍ରୀ କମ୍ଭମପତି, କମିଶନର ଓ ସହ-ସଚିବ ରୂପା ରୋଶନ ସାହୁ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

