- ବସନ୍ତିଆ ସୋସାଇଟିି ସହ ସଂପାଦକଙ୍କୁ ଚାଇଁପୁର ସୋସାଇଟି ସଂପାଦକ ଦାଇତ୍ୱ
ଆଗରପଡ଼ା :୩ ମାସର ଅଚଳାବସ୍ଥାପରେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଇ ଶେଷରେ ଡିଆରସିଏସ,ଭଦ୍ରକ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୯୩୧/୨୪.୦୭.୨୫ରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଂଜୀକରଣ ଚାଲୁଥିବାରୁ ଚାଷୀଙ୍କ ବିହୀତ ସ୍ୱାର୍ଥକୁ ଆଖିଆଗରେ ରଖି ବସନ୍ତିଆ ସମବାୟ ସମିତି ସହ ସଂପାଦକଙ୍କୁ ଚାଇଁପୁର ସମବାୟ ସମିତି ସଂପାଦକ ଦାଇତ୍ୱ ଅର୍ପଣ କରିବା ସହିତ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି;୩ମାସ ଧରି ବନ୍ଦ ପଡ଼ିବା ପରେ ଗୁରୁବାର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ସମବାୟ ସମିତିର ତାଲା ଭଙ୍ଗା ଯାଇଥିଲା । ବନ୍ତ ବ୍ଲକ ଚାଇଁପୁର ସମବାୟ ସମିତିରେ ଗତ ୩ମାସ ଧରି ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କ ମନମାନୀ ଯୋଗୁଁ ଅଚଳାବସ୍ଥା ଲାଗି ରହିଥିଲା । ତେବେ ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଗୁରୁବାର ତାଲା ଭଙ୍ଗା ଯାଇଛି ।

ଗତ ୩ ମାସ ଧରି ସମିତି କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ କୌଣସି କାର୍ଯ୍ୟ ହୋଇପାରୁନଥିଲା । ଫଳରେ ଚାଷୀ ମାନେ ନାହିଁନଥିବା ଅସୁବିଧା ଭୋଗୁଥିଲେ । ଏଥିନେଇ ସମିତି ସଭାପତି ଅଜୟ କୁମାର ନାୟକ ବାଲେଶ୍ୱରସ୍ଥିତ ବିବିସିସି ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲେ । ପରେ ସମବାୟ ସମିତି ପରିଚାଳନା ପରିଷଦ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଏଆରସିଏସ, ଡିଆରସିଏସ, ରାଜ୍ୟ ସମବାୟ ସଚିବ, ସମବାୟ ମନ୍ତ୍ରୀଙ୍କୁ ଡାକ ଯୋଗେ ଅବଗତ କରିଥିଲେ । ଏହି ତାଲାକୁ ଅତିରିକ୍ତ ତହସିଲଦାର ଓ ବନ୍ତ ଥାନାଧିକାରିଣୀ ମୋନାଲିସା କରଙ୍କ ସହ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଭଙ୍ଗାଯାଇ ସମିତିର ଲେଜର କ୍ଲର୍କ ସୁଶିଲ ଦାସଙ୍କ ଜିମାରେ ଦିଆଯାଇଥିବା ଜଣାପଡିଥିଲା ।

