Img 20250724 wa0231

ଆର କେ ଜୁନିୟର କଲେଜ, ଲୁହାଶିଳାରେ “ପ୍ରବେଶ ଉତ୍ସବ” ପାଳିତ

ରାଜ୍ୟ

ବାରିପଦା: ମୟୁରଭଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ଗ୍ରାମସ୍ଥିତ ଆର.କେ. ଜୁନିଅର କଲେଜରେ ଜୁଲାଇ ୨୪ ତାରିଖ ଗୁରୁବାର ଦିନ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଂକ ଉଦେଶ୍ୟରେ ଏକ ସ୍ୱାଗତ ସମାରୋହ ବା “ପ୍ରବେଶ ଉତ୍ସବ” ଆୟୋଜିତ ହୋଇଯାଇଛି। କଲେଜ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାଯାଇଛି। ଏ ଅବସରରେ କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ କଲେଜର ଅଧ୍ୟାପକ ଅଜୟ କୁମାର ଗିରି, ଶଶିକାନ୍ତ ନନ୍ଦ, ରୂପ ନାରାୟଣ ମଝି, ଅନୀଲ କୁମାର ଗିରି, ରମାକାନ୍ତ ପତ୍ର, ସଂଜୀବ କୁମାର ଗିରି, ପ୍ରହ୍ଲାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଂକୁ ଅନେକ ଉପାଦେୟ ପରାମର୍ଶ ମାନ ନିଜ ନିଜ ବକ୍ତବ୍ୟରେ କହିଥିଲେ। ପାଠ ପଢିବା ସହ ଉତ୍ତମ ନାଗରିକ ହୋଇପାରିଲେ ଦେଶର ପ୍ରଗତିରେ କିପରି ସହାୟକ ହୋଇପାରିବେ, ସେ ବିଷୟରେ ଆଲୋଚନା କରି ବକ୍ତାମାନେ ଛାତ୍ରଛାତ୍ରୀ ମାନଂକୁ ବୁଝାଇଥିଲେ l ନବ ଗଠିତ ଆଇ.ସି.ସି. ବିଷୟ ରେ ମଧ୍ୟ ଛାତ୍ର ଛାତ୍ରୀ ମାନଂକୁ ଅବଗତ କରାଯାଇଥିଲା ।

ରବୀନ୍ଦ୍ର ବେହେରା, ଅଶୋକ ବେହେରା, ସୁଦୀପ ସରକାର, ମାୟାଧର ସି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ଦୃଷ୍ଟିରୁ ସକ୍ରିୟ ଭୂମିକା ନେଇଥିଲେ।

Shrutilipi ad