Img 20250724 wa0232

ସାପଘରା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷୟତ୍ରୀ ରେ ଚାଲୁଛି ଶିଶୁବାଟିକାରୁ ୫ମ ଶ୍ରେଣୀ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ସୁରୁଦା- ଯଶିପୁର ପଞ୍ଚାୟତ ଅନ୍ତର୍ଗତ ସାପଘରା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ରେ ଶିଶୁବାଟିକାରୁ ୫ ମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଟି ଶ୍ରେଣୀଗୃହରେ ଚାଲୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଝାଡ଼ଖଣ୍ଡ ସିମାନ୍ତ କୁ ଲାଗିଥିବା ଏହି  ବିଦ୍ୟାଳୟଟି  ୧୯୬୨ ମସିହାରେ ସ୍ଥାପିତ ହୋଇଛି l ବିଦ୍ୟାଳୟରେ ବର୍ତ୍ତମାନ ୪୨ ଜଣ କୋମଳମତି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ।ବିଦ୍ୟାଳୟଟି ଅସୁରକ୍ଷିତ ଥିବା ପରି ମନେ ହୁଏ l ବର୍ଷା ହେଲେ ଛାତରୁ ପାଣି  ଗଳୁଛି l ବିଦ୍ୟାଳୟ ମଧ୍ୟରେ ଥିବା   ନଳକୂପରେ   ଠିକ୍ ଭାବରେ ପାଣି ଵିହାରୁନି ବ  ତେଣୁ ସ୍ବଛ ପାଣି ପିଇବା  ପାଇଁ  ହନ୍ତସନ୍ତ ହେଉଛନ୍ତି ପିଲାମାନେ ।ତଦସହ ସ୍କୁଲର ପାଚେରୀ ନାହିଁ  ତେଣୁ ପିଲାମାନେ ଅସୁରକ୍ଷିତ ଅଛନ୍ତି ।ସ୍କୁଲ ଭିତରେ ଥିବା ଶୌଚାଳୟଟି ମଧ୍ୟ ଖରାପ ହୋଇଯାଇଛି ।ଯାହାଫଳରେ କାମରେ ଲାଗୁନି ।ତେଣୁ ଗ୍ରାମବାସୀ ଏବଂ ଅଭିଭାବକ ମହଲରୁ ଆଉ ଜଣେ ଶିକ୍ଷକ ନିଯୁକ୍ତି ,ନୂତନ ଶ୍ରେଣୀ ଗୃହ,ପିଇବା ପାଣି ବ୍ୟବସ୍ଥା,ବିଦ୍ୟାଳୟ ପାଚେରୀ,ଏବଂ ଶୌଚାଳୟ ମରାମତି ପାଇଁ ଦାବି ହେଉଛି l
Shrutilipi ad