ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ‘ମୟୂରଭଞ୍ଜ ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫’ ର ସମାରୋହ ତା.୨୪.୦୭.୨୦୨୫ରିଖରେ ପାଳିତ ହୋଇଯାଇଛିଜ୍ଝ କାର୍ୟ୍ୟକ୍ରମ ଆରମ୍ଭରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା | ଏହି ଛଉ ନୃତ୍ୟ ମାଧ୍ୟମରେ କୃଷି ଏବଂ ଖରିଫ ୨୦୨୫-୨୬ ଋତୁ ଧାନକ୍ରୟ ନିମନ୍ତେ ଚାଷୀ ପଞ୍ଜୀକରଣର କୌଶଳ ପ୍ରଦର୍ଶନ କରାଯାଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ, DDM, NABARD, ବରିଷ୍ଠ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ବାରିପଦା/କପ୍ତିପଦା/ରାଇରଙ୍ଗପୁର/କରଞ୍ଜିଆ, ଜିଲ୍ଲା ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, MilkUnion ର ଅଧିକାରୀ ଯୋଗଦେଇ ସମବାୟ ଆନ୍ଦୋଳନର ପ୍ରାକ ଇତିହାସ ଓ ଛାର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ସମାରୋହରେ ମୟୂରଭଞ୍ଜ ଖଣ୍ଡ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶ୍ରୀଯୁକ୍ତ ଅଶୋକ କୁମାର ପାଣି ପୌରୋହିତ୍ୟ କରି କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ |
ଆଜିର ଆଲୋଚନାଚକ୍ର ରେ ଆଲୋଚନାଚକ୍ରରେ Initiatives of GOI ଏବଂ Business Diversification ସମ୍ପର୍କରେ ଆଲୋଚନା କରି ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା । ସମବାୟ ସମିତିର ବିଭିନ୍ନ କାର୍ୟ୍ୟକ୍ରମର ଉପକାରିତା ବିଷୟରେବରିଷ୍ଠ ସହକାରୀ ନିବନ୍ଧକ, ରାଇରଙ୍ଗପୁରଚାଷୀ ମାନଙ୍କୁ ଜଣାଇଥିଲେ | ଜିଲ୍ଲାର ସମସ୍ତ ସମବାୟ ବିଭାଗୀୟ ଅଧିକାରୀ,ସମିତିର କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟ/ ସଦସ୍ୟା, ଚାଷୀ ଓ ବିଭିନ୍ନ ବିଭାଗର ଅଧିକାରୀ ମିଶି ମୋଟ ୨୬୫ ଜଣ ଯୋଗଦେଇଥିଲେ | ମଞ୍ଚାସୀନ ଅତିଥିମାନେ ଯଥା ମତ୍ସ୍ୟ ବିଭାଗ, ପ୍ରାଣୀ ବିଭାଗ ଏବଂ ଦୁଗ୍ଧ ସଂଗ୍ରହ ବିଭାଗନିଜ ନିଜ ବିଭାଗର ଯୋଜନା ଓ ସରକାରୀ ସହାୟତା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ | ସମବାୟ ସମିତିର ତିନି ଜଣ ପରିଚାଳନା ପରିଷଦରସଭ୍ୟଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସେମାନେ ସମିତିରେ ସଭ୍ୟ ମାନଙ୍କର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ | ଶେଷରେ ବସନ୍ତ କୁମାର ନାୟକ,ସହକାରୀ ନିବନ୍ଧକ, କରଞ୍ଜିଆ ଧନ୍ୟବାଦ ଅର୍ପଣ କରିଥିଲେ ।

