ବାରିପଦା: ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଅମ୍ବାପୁଞ୍ଜା ଗ୍ରାମ ତଥା ବର୍ତ୍ତମାନ ରହୁଥିବା ପୁରୁଣାପାଣି ଗ୍ରାମ ର ଦାମାନ ଏଲିଏସ ଜଟିଆ ମହାନ୍ତ (61) କୁ ଦଫା 376 (ଏମ) ଅନୁଯାୟୀ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଆଦାୟ ଜୋରିମାନା ଅର୍ଥ ପୀଡ଼ିତାକୁ ଦେବା ପାଇଁ ରାୟରେ ମଧ୍ୟ ଉଲେଖ କରାଯାଇଅଛି l ଏଥି ସହିତ କ୍ଷତିପୁରଣ ବାବଦରେ ପୀଡିତା ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କରେ ଏକ ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 2023 ସେପ୍ଟେମ୍ବର 19 ରିଖ ଅପରାହ୍ନ 4 ଟା ପାଖାପାଖି ସମୟରେ ପୀଡିତା ମହିଳା ଜଣକ ତାଙ୍କ ଘର ପାଖରୁ ପାଖାପାଖି ଦୁଇ କିଲୋମିଟର ଦୂର ତାଙ୍କ ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ l ସେଠାରେ ତାଙ୍କ ଭଉଣୀ ଙ୍କ ଅନୁରୋଧକ୍ରମେ ଉକ୍ତ ଦିନ ରହିଥିଲେ l ରାତ୍ରିରେ ଖାଇସାରି ବାରଣ୍ଡରେ ଶୋଇଥିବା ସମୟରେ ପାଖାପାଖି 10 ଟାରୁ 11 ଟା ମଧ୍ୟରେ ଅଭିଯୁକ୍ତ ଜଟିଆ ମହାନ୍ତ ଆସି ତାଙ୍କ ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲା l ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ l ତହିଁ ପରଦିନ ସକାଳୁ ତାଙ୍କ ପୁଅ ଖବର ପାଇ ଉକ୍ତ ଗ୍ରାମର ଆଶାକର୍ମୀ ଙ୍କ ସହାୟତରେ ଗୁରୁତର ମହିଳା ଙ୍କୁ ବାରିପଦା ପିଆରଏମ ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଆଣିଥିଲେ l ମେଡ଼ିକାଲରେ କିଛିଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ l ଏ ବାବଦରେ ପୀଡିତା ଙ୍କ ପୁଅ ଚାନ୍ଦୁଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ଚାନ୍ଦୁଆ ଥାନାରେ କେସ ନମ୍ବର 97/25-9-2023 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 9 ଜଣ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରୁଥିଲେ l

