Img 20250723 wa0181

୧୦ତମ ‘ପ୍ରେରଣା ସମ୍ମାନ’ ସମାରୋହରେ ମୟୂରଭଞ୍ଜର ପ୍ରିୟଙ୍କା ମୁର୍ମୁ ସମ୍ମାନିତ

ରାଜ୍ୟ

ବାରିପଦା: ଓଡିଶା ରାଜ୍ୟ ପ୍ରାଥମିକ ଶିକ୍ଷା ପରିଷଦ (OSEPA), ଭୁବନେଶ୍ୱର ଓ ଭିନ୍ନକ୍ଷମ ମାନଙ୍କ ସାମାଜିକ ଅଧିକାର ଓ ସଶକ୍ତିକରଣ ପାଇଁ କାର‌୍ୟ୍ୟରତ ସଂଗଠନ “ସ୍ୱାଭିମାନ ” ଙ୍କ ମିଳିତ ଉଦ୍ୟମରେ ୧୦ତମ ‘ପ୍ରେରଣା ସମ୍ମାନ’ ସମାରୋହ ଗତ ୨୨ଜୁଲାଇ ୨୦୨୫ ତାରିଖରେ ଜୟଦେବ ଭବନ, ଏ.ଜି. ଛକ, ଭୁବନେଶ୍ୱରରେ ଉଦଘାଟିତ ହୋଇଥିଲା। ଏହି ସମାରୋହରେ ରାଜ୍ୟର ୩୦ଟି ଜିଲ୍ଲାରୁ ଚୟନ ହୋଇଥିବା ୧୧୩ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀ (CwSN) ମାନଙ୍କୁ ସମ୍ମାନିତ କରାଯାଇଥିଲା, ଯେଉଁମାନେ ୨୦୨୫ ମସିହାର ଦଶମ ଶ୍ରେଣୀ HSC/CBSE ପରୀକ୍ଷାରେ ୭୫% ଠାରୁ ଅଧିକ ମର୍କ ପ୍ରାପ୍ତ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ ଅନ୍ତର୍ଗତ ବଡ ଡାଳିମା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ମୁର୍ମୁ CBSE ଦଶମ ପରୀକ୍ଷାରେ ୮୪.୮୦% ଅଙ୍କ ଅର୍ଜନ କରି ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ଓଡିଶା ସରକାରଙ୍କ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହ ନିର୍ଦେଶକ ଶ୍ରୀଯୁକ୍ତ ସନ୍ୟାସ ବେହେରା, ଓସେପା ଅନ୍ତର୍ନିବେଶି ବିଭାଗର ଉପ ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୋଶ କୁମାର ନାଏକ, ସ୍ଵାଭିମାନର ନିର୍ଦେଶିକା ଶ୍ରୀମତୀ ସୃତି ମହାପାତ୍ର ଓ ଓସେପା ଅନ୍ତର୍ନିବେଶି ବିଭାଗ ସଂଯୋଜକ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ରଙ୍କ ଉପସ୍ଥିତିରେ କୁମାରୀ ପ୍ରିୟଙ୍କା ମୁର୍ମୁ ରୂପା ପଦକ, ପ୍ରମାଣ ପତ୍ର ଓ ପୁସ୍ତକ ସାମଗ୍ରୀ ସହ ସମ୍ମାନିତ ହୋଇଛନ୍ତି। ଏହା ଦ୍ୱାରା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ମନୋବଳ ବଢ଼ାଇବା ସହ ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କର ଶିକ୍ଷାରେ ସାକାରାତ୍ମକ ପରିଣାମ ଆସିବ ବୋଲି ଆଶା କରାଯାଉଛି।

Shrutilipi ad