Img 20250722 wa0290

ପିଆରଏମ ମେଡିକାଲ କଲେଜ ର ବିଭିନ୍ନ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ବାରିପଦା-  ପି•ଆର•ଏମ ମେଡିକାଲ କଲେଜ ପ୍ରାଙ୍ଗଣରେ  ଓଡ଼ିଶା ମେଡିକାଲ ଲାବୋରେଟରୀ ଟେକ୍ନିସିଆନ ସଂଘ, ମୟୂରଭଞ୍ଜ ଶାଖା ଓ ମେଡିକାଲ କଲେଜ ଶାଖା ତଥା ପି•ଆର•ଏମ ମେଡିକାଲ କଲେଜର DMLT ଓ DMRT ଛାତ୍ରସଂଘର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ପି•ଆର•ଏମ ମେଡିକାଲ କଲେଜର ସୁପେରିଟେଣ୍ଡେଣ୍ଟ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର ଏବଂ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କିଶୋର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। । ଅନ୍ୟାନ୍ୟ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ଡକ୍ଟର ଇନ୍ଦ୍ରାଣୀ ମହାନ୍ତି, ଡକ୍ଟର ପ୍ରମିତା ସାହୁ , ଡକ୍ଟର ସୁଲତା ମହାପାତ୍ର, ଡକ୍ଟର ମିନାକ୍ଷୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ମେଡିକାଲ କଲେଜ ଲ।ବୋରେଟରୀ ଟେକ୍ନିସିଆନ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଦେବବ୍ରତ ପରିଡ଼ା, ଉପଦେଷ୍ଟା ଶ୍ରୀ ପୁଣ୍ଡରୀକାକ୍ଷ ଦାସ, ଶ୍ରୀ ରାମକୃଷ୍ଣ ଦତ୍ତ ତଥା ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିରରୁ ୧୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡକ୍ଟର ସୌମ୍ୟରଞ୍ଜନ ନାୟକଙ୍କ ସହିତ ରକ୍ତକେନ୍ଦ୍ରର କର୍ମଚାରୀ ମାନେ ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ବାରିପଦାର ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ଶ୍ରୀ ଅମର ସେଠୀ ଏହି ରକ୍ତଦାନ ଶିବିରରେ ନିଜର ସହଯୋଗ ପ୍ରଦାନ କରିଥିଲେ। ପ୍ରତିଦିନ ନିରବଚ୍ଛିନ୍ନ ଭାବେ ରୋଗୀ ମାନଙ୍କୁ ସେବା ଯୋଗାଇବା ସହିତ ସେମାନଙ୍କ ଜୀବନ ରକ୍ଷା ସକାଶେ ନିଜେ ରକ୍ତଦାନ କରି ଏହି ସ୍ବାସ୍ଥ୍ୟକର୍ମୀମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି |
Shrutilipi ad