ବାରିପଦା: ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବିଜାତଳା ପାଟପୁର ଛକରୁ ୧.୫କିମି ଦୂର ପାଟପୁର ପୋଲରେ ବର୍ଷାଦିନ ପାହାଡିଆ ପାଣି ଜୁଆର ଯୋଗୁଁ ଉଚୁରା ପାଣି ରହୁଥିବାରୁ ରାସ୍ତା ବିଛିନ୍ନ ହୋଇଯାଏ ।ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଏ ।ଏହି ରାସ୍ତାଟି ଲୁହାଶିଳା,ମଢେଇକଚା,ମାଣିକପୁର,ସରି ବା,ଚଢ଼େଇ ପାହାଡି,ଗୋରୁମହିଷାଣୀକୁ ସୁଦିର୍ଘ ୨୦ କିମି ରାସ୍ତା ଲମ୍ବିଛି ପାହାଡ଼ିଆ ଅଂଚଳର ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ନିର୍ଭର କରନ୍ତି । ବର୍ଷାଦିନେ ବିଭିନ୍ନପାହାଡରୁ ହଠାତ୍ ପାଣି ଆସି ବନ୍ୟା ହୋଇଯାଏ । ପୋଲ ଉପରେ ବନ୍ୟା ହେଲେ ସ୍କୁଲ ଛାତ୍ର,ଛାତ୍ରୀ,ସରକାରୀ ଓ ଵେସରକାରୀ କର୍ମଚାରୀ ପ୍ରମୁଖ ଠିକ ସମୟରେ କାର୍ଯ୍ୟରେ ଯୋଗଦାନ କରିବାରୁ ବଞ୍ଚିତ ହୁଅନ୍ତି ।ଵିଶେଷତଂ ଆମ୍ବୁଲାନ୍ଯସ ମଧ୍ୟ ଯାଇପାରେ ନାହିଁ ।ତେଣୁ ପୂର୍ତ୍ତବିଭାଗ ଏହି ପୋଲ ପ୍ରତି ଦୃଷ୍ଟି ଦେଇ ପୋଲଟି କୁ ଉଚ୍ଚ କରିବା ପାଇଁ ଦାବି କରୁଛନ୍ତି ।

