ବାରିପଦା: ରାଜ୍ୟର ମିଳିତ ବିରୋଧୀ ଦଳଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ୨୪ ତାରିଖ ଗୁରୁବାର ଫକୀରମୋହନ ବିଶ୍ୱବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଏକାଦଶାହକୁ ରାଜ୍ୟ ବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳିତ କରାଯିବାକୁ ସ୍ଥିର ହୋଇଛି। ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨ ମିନିଟ୍ ନୀରବ ପ୍ରାର୍ଥନା ହେବ। ଏହି ପରିପ୍ରେକ୍ଷୀରେ ଉକ୍ତ ଦିନ ସନ୍ଧ୍ୟା ୬ ଘଟିକା ରେ ବାରିପଦା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହିତ ଦୀପ ପ୍ରଜ୍ବଳନ କରାଯିବ | ଏଥିରେ ଛାତ୍ର, ମହିଳା, ବୁଦ୍ଧିଜୀବୀଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେବାକୁ ମୟୁରଭଞ୍ଜ ଜିଲ୍ଲାର ମିଳିତ ବିରୋଧୀଦଳ ପକ୍ଷରୁ କଂଗ୍ରେସ ର ଶାନ୍ତନୁ ପାଲ ଏବଂ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଅନୁରୋଧ କରିଛନ୍ତି।

