ଆଗରପଡ଼ା :ବନ୍ତ ବିଦ୍ୟୁତ ବିଭାଗ ଅଧିନସ୍ଥ ଅଣ୍ଢିଆ ଗ୍ରାମର ୨, ୩ ନମ୍ବର ଦୁଇ ଗୋଟି ଲିଫ୍ଟ ପଏଣ୍ଟରୁ ବିଦ୍ୟୁତ ତାର ଚୋରୀ କରିନେଲେ ଚୋର । ସୂଚନା ଅନୁଯାୟୀ ;ଗତ୧୮ ତାରିଖ ସକାଳେ ଚାଷୀ ବିଲକୁ ଯାଇ ଦେଖିଲା ବେଳକୁ ୧୭ ତାରିଖ ରାତିରେ ଦୁଇ ଗୋଟି ଲିଫ୍ଟ ପଏଣ୍ଟରୁ ତାର ଚୋରୀ ହୋଇଛି । ଏହି ଲିଫ୍ଟ ପଏଣ୍ଟ ଉପରେ ୫୦ ରୁ ଉର୍ଦ୍ଧ ଚାଷୀ ୫୦ ରୁ ଉର୍ଦ୍ଧ ଏକର ଚାଷ ଜମିରେ ପାଣି ମଡାଇବା ପାଇଁ ନିର୍ଭର କରୁଛନ୍ତି । କିନ୍ତୁ ଅଦିନିଆ ନିଅଣ୍ଟିଆ ବର୍ଷା ପାଇଁ ଚାଷୀଙ୍କ ଏକ ମାତ୍ର ଭରସା ଲିଫ୍ଟ ପଏଣ୍ଟ । ଚାଷ ଜମିରେ ପାଣି ନଥିବା ବେଳେ କିଛି ଚାଷୀ ତଳି ପକାଇ ପାଣି ପାଇଁ ହଇରାଣ ହେଉଥିବା ବେଳେ କିଛି ଚାଷୀଙ୍କ ବିହନ ଗଜା ହୋଇ ନଷ୍ଟ ହେବାକୁ ବସିଲାଣି । ଚାଷୀ ତାର ଚୋରୀ ନେଇ ବନ୍ତ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଓ କେନ୍ଦୁଆପଦା ଫାଣ୍ଡିକୁ ଲିଖିତ ଆକାରରେ ଜଣାଇଛନ୍ତି । ଚାଷ କାର୍ଯ୍ୟ ଆଗେଇବା ପାଇଁ ଚାଷୀଙ୍କ ହିତ ଦୃଷ୍ଟିକୁ ଲକ୍ଷ୍ୟକରି ଲିଫ୍ଟ ପଏଣ୍ଟରେ ନୂତନ ବିଦ୍ୟୁତ ତାର ସଂଯୋଗ କରିବା ପାଇଁ ସଭାପତି କୃଷ୍ଣଚନ୍ଦ୍ର ରାଉତ, ମୃତ୍ୟୁଞ୍ଜୟ ଧଳ,ଉମେଶ ଚନ୍ଦ୍ର ଜେନା, ରଶ୍ମି ରଞ୍ଜନ ରାଉତ, ଲଷ୍ମୀଧର ଜେନା, ସୁଜିତ ଧଳ, ଅମର ରାଉତ, ବିଦ୍ୟାଧର ରାଉତ, ଗଦାଧର ରାଉତ, ଗୋଲକ ପେଡା, କବିରା ରାଉତ, ନିରଞ୍ଜନ ରାଉତ,ସନାତନ ମାଝୀ,ରମେଶ ଚନ୍ଦ୍ର ଧଳଙ୍କ ସମେତ ସମସ୍ତ ଚାଷୀ ଦାବି କରିଛନ୍ତି ।

