ବାରିପଦା – ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ଯାଶ୍ରୀଙ୍କ ଆତ୍ମାହୂତୀ ନେଇ ସାରା ଓଡ଼ିଶା ଉଠୁଛି ପଡୁଛି ।ଵିଭିନ୍ନ ରାଜନୈତିକ ଦଳ ,ସାମାଜିକ ସଂଗଠନ ପ୍ରମୁଖ ନିଜ ଢାଞ୍ଚାରେ ପ୍ରତିବାଦ ଜଣାଉଛନ୍ତି l ମୟୂରଭଂଜ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳ ତରଫରୁ ପଣ୍ଡିତ ରଘୁନାଥ ମୁର୍ମୁ ଛକରେ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ଵରେ ମୃତ ସୌମ୍ଯାଶ୍ରୀଙ୍କ ନ୍ୟାୟ ମିଳିବା ଦାବିରେ ଏକ ଧାରଣ ଅନୁଷ୍ଠିତ ହୋଇଯାଇଛି ।ଵୀରାଙ୍ଗନା ସୌମ୍ୟାଶ୍ରୀ ନ୍ଯାୟ ପାଇଁ କଲେଜ କର୍ତୃପକ୍ଷ,ସ୍ଥାନୀୟ ବିଧାୟକ,ବାଲେଶ୍ଵର ସାଂସଦ,ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଜଣାଇ ବାର ପିଣ୍ଡା ବୁଲି ବୁଲି ନ୍ୟାୟ ପାଇବା ବଦଳରେ ନିର୍ଯାତନା ପାଇବା ନେଇ ମାନସିକ ଭାରସାମ୍ୟ ହରାଇ ନିଜର ଅମୂଲ୍ୟ ଶରୀରକୁ ପେଟ୍ରୋଲ ନିଆଁରେ ଝାସ ଦେଇଥିଲେ ଯାହାକି ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଘଟେ । ସାରା ଓଡ଼ିଶାଵାସୀ ମର୍ମାହତ ।ସମସ୍ତଙ୍କ ଉପରୁ ଭରସା ତୁଟିଲା ପରେ ସେ ନିଜେ ଅସହାୟ ଆତ୍ମହତ୍ୟାକୁ ବାଛି ନେଇଥିଲେ ଯାହାକି ଅତ୍ୟନ୍ତ ଦୁଃଖଦାୟକ ଘଟଣା ।ସୌମ୍ଯାଶ୍ରୀଙ୍କୁ ନ୍ୟାୟ ମିଳିବା ଦାବି ତଥା ଅଧ୍ୟକ୍ଷ,ଅଧ୍ଯାପକଙ୍କ ,ଆଇଆଇସି ଉପରେ କଡା କାର୍ଯ୍ୟାନୁଷ୍ଠାନ,ବାଲେଶ୍ଵର ବିଧାୟକ ମାନସ ଦତ୍ତ,ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ରଷଡଙ୍ଗୀ,ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଙ୍କ ଇସ୍ତଫା ଦାବି ପ୍ରଦାନ କରା ଯାଇଥିଲା ।ଏହି ଧାରଣାରେ ଭୁବନ ଟୁଡୁ,ଛୋଟରାୟ ସୋରେନ,ଲକ୍ଷ୍ମଣ ମୁର୍ମୁ ଶ୍ୟାମ ସୁନ୍ଦରହାଁସଦା,ଚନ୍ଦ୍ର ପିଙ୍ଗୁଆ,ଟାକଲା ହାଁସଦା,ଜୁଝାର ମୁର୍ମୁ,ବାବୁଲା ମାର୍ଣ୍ଡି,ଧାନ ସୋରେନ, ସାକରୁ ମୁର୍ମୁ, ଲମ୍ବୋଦର ସୋରେନ,ସାରଳା ହାଁସଦା,ଜିତରାୟ ମୁର୍ମୁ ଲାଲମୋହନ ମୁର୍ମୁ ଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ.

