Erew

ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅନ୍ତର୍ଗତ ଜିରିଣା ଗ୍ରାମର ଚନ୍ଦ୍ରଶେଖର ଯେନାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି । ସେ ଚାଷଜମିରେ କାର୍ଯ୍ୟ କରୁଥିବାବେଳେ ହଠାତ ବର୍ଷା ସହ ବଜ୍ରପାତ ଆରମ୍ଭ ହୋଇଥିଲା ।ଏହା ଦେଖି ଚନ୍ଦ୍ରଶେଖର ଘରମୁହା ହେଉ ଥିବାବେଳେ ହଠାତ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ବନ୍ତ ମେଡିକାଲକୁ ନିଆ ଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।ଏହି ଖବର ପାଇ ପ୍ରାକ୍ତନ ସରପଞ୍ଚ ବିଜୟ ଜେନା ମେଡିକାଲରେ ପହଁଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଗୋଟିଏ ପୁଅ ଓ ୩ଟି ଝିଅ ଅଛନ୍ତି ।

Shrutilipi ad