Img 20250718 wa0127

ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତି ବୈଠକ

ରାଜ୍ୟ
  • ବିଧାୟିକା ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ  ବିଧାୟିକା , ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବାଙ୍ଗରିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,  ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ତହସିଲଦାର କୁଳିଅଣା ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ତହସିଲଦାର ବାଙ୍ଗିରିପୋଷି ଶ୍ରୀ ରଘୁନାଥ ଟୁଡୁ, ସି ଡି ଏମ ଓ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ବାରିପଦା ପି ଏ ଆଇ ଟି ଡିଏ ଶ୍ରୀ ପ୍ରଣୟ ବେହେରା ପ୍ରମୁଖ ଙ୍କ ସମେତ  ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ପ୍ରାରମ୍ଭରେ  ବିଧାୟିକା ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ କରିବାସହ କହିଥିଲେଯେ  ଆମେ ସମସ୍ତେ ଆମ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ଯଦ୍ୱାରା ଲୋକମାନେ ଯୋଜନାର ସୁଫଳ ପାଇ ପାରିବେ।
ଉକ୍ତ ବୈଠକରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଓ ଯୋଜନା ଗୁଡିକର ସ୍ଥିତି, ଅଗ୍ରଗତି ଓ ଉପଲବ୍ଧି  ଉପରେ ମାନ୍ୟବର ବିଧାୟିକା ସମୀକ୍ଷା କରିଥିଲେ। ମୁଖ୍ୟତଃ  ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ,କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ମେଗା ଉଠା ଜଳସେଚନ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ,ସ୍ୱାସ୍ଥ୍ୟ,ଆଇନ ଶୃଙ୍ଖଳା, ଭୂମି ହୀନଙ୍କୁ ଜମି ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ଇତ୍ୟାଦି ସମ୍ଭନ୍ଧରେ ସମୀକ୍ଷା କରିଥିଲେ।  ସେହିପରି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ବିଦ୍ୟୁତ ଯୋଗାଣ, ଗ୍ରାମ୍ୟ ଜଳ ଯୋଗାଣ, ଗମନାଗମନ, ଇତ୍ୟାଦି ସମ୍ଭନ୍ଧୀୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଯଦି କିଛି ପ୍ରତିବନ୍ଧକ ଥାଏ ତେବେ  ଏହାର ସମାଧାନ ପାଇଁ ପ୍ରସ୍ତାବ ଦେଲେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ. ଲୋକଙ୍କ ଜୀବନ ଜୀବିକା ଉନ୍ନତି ପାଇଁ କିଛି ନୂତନ ପ୍ରସ୍ତାବ ଦେବା ପାଇଁ ବିଭିନ୍ନ ବିଭଗୀୟ ଅଧିକାରଙ୍କୁ ପରାମର୍ଶ ଦେଇଥିଲେ। ଏତଦ ବ୍ୟତୀତ ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯେଉଁ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଚାଲିଛି ସେଥିରେ ଯଦି ନିମ୍ନମାନର କାର୍ଯ୍ୟ ନଜରକୁ ଆସୁଛି ତେବେ ତୁରନ୍ତ ସମ୍ପୃକ୍ତ କଂଟ୍ରାକଟରକୁ କଳା ତାଲିକା ଭୁକ୍ତ କରିବା ପାଇଁ ବିଧାୟିକା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଶାମାଖୁଣ୍ଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୁନା ସେଠୀ, କୁଳିଅଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମୁର୍ମୁ ଏବଂ ବାଙ୍ଗିରିପୋଷି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପରମାନନ୍ଦ ଖଣ୍ଡେଇ ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବୈଠକ ପରିଚାଳନାରେ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।
Shrutilipi ad