ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ଏକ ପାଗଳା କୁକୁର କାମୁଡ଼ାରେ ୩ଜଣ ଆହତ ହୋଇଥିବାର ଜଣାପଡ଼ିଛି । ଶୁକ୍ରବାର ପିଲାଙ୍କ ଖେଳ ଛୁଟି ବେଳେ ପିଲାମାନେ ମଧ୍ୟାହ୍ନଭୋଜନ ପାଇଁ ପ୍ରସ୍ତୁତ ହେଉଥିଲେ । ହଠାତ ଏହି ସମୟରେ ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର କାମୁଡ଼ି ଥିଲା । ଏହା ଦେଖି ବରିଷ୍ଠ ସହାୟକ ଶିକ୍ଷକ ଅଜିତ ରାଉଳ ବାହାରକୁ ଆସି କୁକୁରକୁ ଘଉଡାଇବା ସମୟରେ ତାଙ୍କୁ ମଧ୍ୟ କୁକୁର କାମୁଡ଼ି ଥିଲା ।ସେଠାରେ ଥିବା ଜନୈକ ଅଭିଭାବକଙ୍କୁ କାମୁଡ଼ିବା ପରେ ସ୍କୁଲର ଅନ୍ୟାନ୍ୟ କର୍ମଚାରୀ କୁକୁରକୁ ସ୍କୁଲ ପରିସରରୁ ଘଉଡ଼ାଇ ଦେଇଥିଲେ ।ପାଗଳା କୁକୁରକୁ ନେଇ ଛାତ୍ରୀମାନେ ଭୟଭୀତ ଅବସ୍ଥାରେ କିଛି ସମୟ ପାଇଁ ରହିଥିଲେ ।

