ବାରିପଦା: ଫକୀରମୋହନ ମହାବିଦ୍ୟାଳୟ, ବାଲେଶ୍ଵରର ଛାତ୍ରୀ ସୌମ୍ୟାଶ୍ରୀ ବିଶିକ ପ୍ରତି ବ୍ୟବସ୍ଥା କୃତ ଶିକ୍ଷାୟତନ ଯୌନ ଉତ୍ପୀଡନ, ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମହିଳା ସୁରକ୍ଷା ଦାବିରେ ମିଳିତ ବିରୋଧୀଦଳ କଂଗ୍ରେସ, ସିପିଆଇ, ସିପିଏମ, ଏସୟୁସିଆଇ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା , ଭଞ ସେନା ପ୍ରଭୃତିକ ପକ୍ଷରୁ ଆଜି ୧୭ ଜୁଲାଇ ଓଡ଼ିଶା ବନ୍ଦର ଅଂଶ ବିଶେଷ ଭାବେ ଜିଲ୍ଲାରେ କୋଣ ଅନୁକୋଣ ରେ ବନ୍ଦ ସଫଳ ହୋଇଛି।ଚକ ଅଖ, ଅଫିସ ଦପ୍ତର, ବ୍ୟାଙ୍କ୍ ବୀମା, ଦୋକାନ ବଜାର, ସ୍କୁଲ କଲେଜ, ଖଣି ଖାଦାନ ବନ୍ଦ ଯୋଗୁଁ ମୟୂରଭଞ୍ଜ ଏକ ପ୍ରକାର ଠପ୍ ହୋଇଯାଇଛି। ଏହି ସ୍ପର୍ଷ କାତର ଘଟଣାରେ ମିଳିତ ବିରୋଧୀଦଳ ପକ୍ଷରୁ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ସମେତ ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଆଜିର ବନ୍ଦରେ ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ଶ୍ରୀକାନ୍ତ ବୋଷ, ମହେଶ୍ୱର ବେହେରା, ପ୍ରସନ୍ନ ପାତ୍ର,ବୁଦୁ ସିଂ ପ୍ରମୁଖ, ସିପିଏମ ପକ୍ଷରୁ ସାଥୀ ରବି ଗୋସ୍ୱାମୀ,ଫାଗୁ ହାଁସଦା,ସେକ ରିଜୁଆନ, ଅକ୍ଷୟ ଖୁଣ୍ଟିଆ, ରଘୁନାଥ ପଣ୍ଡା, ଅଶୋକ ଭଞ୍ଜଦେଓ, ସୁବାସ ଚନ୍ଦ୍ର ତ୍ରିପାଠୀ, ମନୋରଞ୍ଜନ ପରିଡା, ଗଙ୍ଗାଧର ସାମଲ, ଦାଶରଥି ରାଉତ୍ ପ୍ରମୁଖ ସାଥୀମାନେ ଅଂଶ ଗ୍ରହଣ କରିଥିଲେ। ଆଜିର ଏ ଓଡ଼ିଶା ବନ୍ଦକୁ ମୟୁରଭଞ୍ଜ ଜିଲ୍ଲାର ଜନଗଣ ଅକୁଣ୍ଠ ସମର୍ଥନ ଦେଇଥିବାରୁ ଜିଲ୍ଲାର ମିଳିତ ବିରୋଧୀଦଳ ପକ୍ଷରୁ ସିପିଆଇର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଓ କଂଗ୍ରେସର ଶାନ୍ତନୁ କୁମାର ପାଲ ଧନ୍ୟବାଦ ଅର୍ପଣ କରିଛନ୍ତି।

