Gwdfmpyx0aaax7i 2025 07 17 15 33 46

ସୁଶାସନ ପାଇଁ ଏଆଇର ଉପଯୋଗ ହେବ

ରାଜ୍ୟ

ଭୁବନେଶ୍ବର: ସୁଶାସନ ପାଇଁ ଏଆଇ ବ୍ୟବହାର କରାଯିବ। ଜାତୀୟ ସୁଶାସନ କର୍ମଶାଳରେ ଓଡ଼ିଶା ମଡେଲ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡିଶା ଏବେ ପ୍ରଗତିଶୀଳ ହୋଇଛି।
ସୁଶାସନ ପ୍ରତ୍ୟେକ ଲୋକଙ୍କର ଅଧିକାର। ଆଉ ଅଧିକାରୀଙ୍କ କର୍ତ୍ତବ୍ୟ। ଓଡିଶା ଶାସନ ଏବେ ପେପର ଲେସ୍ ହୋଇଛି। ବିଧାନସଭାରେ ଚଳିତ ବଜେଟ୍ ମଧ୍ୟ ପେପର ଲେସ୍ ହୋଇଥିଲା। ସରକାରୀ କାମ ତ୍ୱରାନ୍ୱିତ ପାଇଁ ଡିଜିଟାଲ ପ୍ଲଟଫର୍ମରେ କାମ ହେଉଛି। ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ମୌଳିକ ସେବା ଅନଲାଇନରେ ଯୋଗାଇ ଦିଆଯାଉଛି।
ସ୍ବୟଂଚାଳିତ ଭାବେ ଲୋକଙ୍କ ଅଭିଯୋଗ ଶୁଣାଣି ଏବଂ ସମାଧାନ କରାଯାଉଛି। ଆମ ସରକାରରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଆମେ କର୍ମଯୋଗୀ ବୋଲି ଅବସ୍ଥାପିତ କରିଛୁ।
ବ୍ୟୁରୋକ୍ରାସି ଦାୟିତ୍ୱବାନ ଅଛି। ନାଗରିକ କେନ୍ଦ୍ରିକ ଭାବେ ଆମ ସରକାର କାମ କରୁଛି। ଓଡ଼ିଶାରେ ଏଭଳି ଏକ କର୍ମଶାଳା ଆୟୋଜନ ସୁଯୋଗ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶାରେ ଜାତୀୟ ସୁଶାସନ କର୍ମଶାଳା ଆୟୋଜନ ପାଇଁ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାରଙ୍କୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଧନ୍ୟବାଦ ଦେବା ସହିତ ପ୍ରଶଂସା କରିଛନ୍ତି।
କର୍ମଶାଳାରେ ଅଭିଭାଷଣ ରଖି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସଚିବ ଭାବୁଛନ୍ତି କ୍ରାନ୍ତ୍ରିକାରି ପଦକ୍ଷେପ ନେଲେ କଣ ହେବ? ମୋର ତ ବଦଳି ହୋଇଯିବ। ମନ୍ତ୍ରୀ ବି ଭାବୁଛନ୍ତି ପାଞ୍ଚବର୍ଷ ପରେ ଆମେ ସରକାର ରହିବି କି ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ଆମେ ଏଭଳି ଭାବିବା ନାହିଁ। ଆମେ ଲୋକଙ୍କ ପାଇଁ ଭାବିବା। ଲୋକଙ୍କ ପାଇଁ କାର୍ଯ୍ୟ କରିବା ।
ପରିବାର ଭଳି ବ୍ୟୁରୋକାଟ ଆମ ସରକାରଙ୍କ ପାଇଁ ଭାବୁଛନ୍ତି । ସାଧାରଣ ପ୍ରଶାସନ ବିଭାଗ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ କରୁଛନ୍ତି। ଏହା ଦ୍ବାରା ଭାରତ ଏକ ନୂଆ ରୂପ ପାଇବ। ଏଥିରେ ଯୁବ ଅଫିସରମାନଙ୍କ ଭୂମିକା ଅଧିକ ରହିବ । ୨୦୪୭ରେ ଭାରତକୁ ବିକଶିତ କରିବାରେ ଜିଲ୍ଲାପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଯେଉଁଥିରେ ସାଧାରଣ ଲୋକେ ଅନେକ ସୁବିଧା ପାଇପାରିବେ ବୋଲି ଜିତେନ୍ଦ୍ର ସିଂ କହିଛନ୍ତି।

Shrutilipi ad