ଆଗରପଡ଼ା :ଯୁବ କଂଗ୍ରେସ ତରଫରୁ ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ତାଙ୍କ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ଥାନୀୟ ମୁଖ୍ୟ ବଜାର କଲେଜଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ରାଜକିଶୋର ସ୍ୱାଇଁ, ଜୋନ୍ ସଭାପତି ରବିନାରାୟଣ ମହାନ୍ତି, ସରପଂଚ ସବିତା ନାୟକ, ପ୍ରାକ୍ତନ ସରପଂଚ ସତ୍ୟବାନ୍ ଦାସ, ପ୍ରଦିପ୍ତ ନାୟକ, ଜଗବନ୍ଧୁ ବେହେରା, କଳ୍ପତରୁ ସାହୁ, କାର୍ତ୍ତିକ ଜେନା, ଚିତ୍ତରଞ୍ଜନ ସାମନ୍ତରାୟ, ବାଙ୍କ ବିହାରୀ ଯେନା, ଯୁବ କଂଗ୍ରେସ ସଭାପତି ମହେଶ୍ୱର ଦାସ, ପ୍ରକାଶ ମହାକୁଡ଼, ଶଶିକାନ୍ତ ଘୋଷ, ସତ୍ୟରଞ୍ଜନ ମିଶ୍ର, ବିଜୟ ବାରିକ, ବାବୁଲି ପତିଙ୍କ ସମେତ ଯୁବ, ଛାତ୍ର ଏବଂ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

